ଡୁବୁରି ମୁଖ୍ୟ ରାସ୍ତାରେ ଟ୍ରକ ଦୁର୍ଘଟଣାରେ ବାଇକ ଆରୋହୀ ଗୁରୁତର, ରାସ୍ତା ଅବରୋଧ

ଡୁବୁରି ମୁଖ୍ୟ ରାସ୍ତାରେ ଟ୍ରକ ଦୁର୍ଘଟଣାରେ ବାଇକ ଆରୋହୀ ଗୁରୁତର, ରାସ୍ତା ଅବରୋଧ

ଯାଜପୁର: କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରି ମୁଖ୍ୟ ରାସ୍ତାରେ ରବିବାର ରାତିରେ ଏକ ଟ୍ରକ ଦୁର୍ଘଟଣାରେ ବାଇକ ଆରୋହୀ ଗୁରୁତର ଆହତ ହେଇଥିବା ଖବର ମିଳିଥିଲା। ଏନେଇ ସ୍ଥାନୀୟ ଗ୍ରାମବାସୀ ସୋମବାର ସକାଳୁ ଡୁବୁରି ରାସ୍ତା ଅବରୋଧ କରିଥିବା ବେଳେ ଗାଡ଼ି ଯାତାୟତ ଠପ୍ ହୋଇଯାଇଛି।

ସୂଚନା ମୁତାବକ ଡୁବୁରି ଗ୍ରାମର କାଳିଆ ଦେହୁରିଙ୍କ ପୁଅ ବାପୁନ୍ ଦେହୁରୀ, ଟିକିନା ଦେହୁରୀଙ୍କ ପୁଅ ରାଜା ଦେହୁରୀ ଓ ମୋହନ ନାଏକଙ୍କ ପୁଅ ପିଙ୍କୁନ ନାଏକ ଏକ ବାଇକ ଯୋଗେ ରବିବାର ରାତିରେ ନିଜ ବାସଗୃହକୁ ଫେରୁଥିବା ବେଳେ ଏକ ଟ୍ରକ ଦ୍ରୁତ ଗତିରେ ଆସି ଦୁର୍ଘଟଣା ଘଟାଇଥିଲା। ଏହି ଦୁର୍ଘଟଣାରେ ଉକ୍ତ ତିନି ଯୁବକ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ପ୍ରଥମେ କଳିଙ୍ଗନଗର ସ୍ଥିତ ଟାଟା ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ  ଅଧିକ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି। ଏନେଇ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଅଟକ ରଖି ବିଭିନ୍ନ ଦାବି ନେଇ ସୋମବାର ସକାଳ ୭ଟାରେ ଡୁବୁରି ଛକ ପାଖ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe