ସଡ଼କ ଦୁର୍ଘଟଣାରେ ସୁକିନ୍ଦା ବିଏସ୍‌ଏସ୍‌ଓଙ୍କ ମୃତ୍ୟୁ

ଯାଜପୁର ଜିଲ୍ଲା ସୁକିନ୍ଦାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ(ବିଏସ୍‌ଏସ୍‌ଓ) ବୁଲୁ ବେହେରା(୨୫)ଙ୍କର ଆଜି ସଂଧ୍ୟା ସାଢ଼େ ୬ଟା ପାଖାପାଖି ଏକ ସଡ଼କ ଦୁର୍ଘଟଣାରେ ଦେହାନ୍ତ ହୋଇଯାଇଛି।

Untitled

କାଳିଆପାଣି: ଯାଜପୁର ଜିଲ୍ଲା ସୁକିନ୍ଦାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ(ବିଏସ୍‌ଏସ୍‌ଓ) ବୁଲୁ ବେହେରା(୨୫)ଙ୍କର ଆଜି ସଂଧ୍ୟା ସାଢ଼େ ୬ଟା ପାଖାପାଖି ଏକ ସଡ଼କ ଦୁର୍ଘଟଣାରେ ଦେହାନ୍ତ ହୋଇଯାଇଛି। ସେ ଡ୍ୟୁଟି ସାରି ନିଜ ବାଇକ୍‌(ଓଡି-୦୬ଏଲ୍‌-୯୯୧୪)ରେ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଚଣ୍ଡିପାଳସ୍ଥିତ ନିଜ ଘରକୁ ଫେରିବା ବାଟରେ ଜାତୀୟ ରାଜପଥ-୫୩ର ମୁଣ୍ଡାକୁଳ ଗାଁ ପାଖରେ ଏକ ଅଜଣା ଗାଡ଼ି ତାଙ୍କୁ ପଛପଟୁ ଧକ୍କା ଦେଇଥିବା କୁହାଯାଉଛି।ସୁକିନ୍ଦା ବ୍ଲକରୁ ତାଙ୍କ ଗାଁ ୨୦ କିଲୋମିଟର, ଘର ଫେରିବାକୁ ଆଉ ଅଧା ରାସ୍ତା ଥିଲା।

ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଖବରପାଇ ତାଙ୍କ ମୋବାଇଲ୍‌ ଫୋନ୍‌ ନମ୍ବର(୮୨୬୦୬୨୯୯୨୨)କୁ ଯୋଗାଯୋଗ କରିବାରୁ ସୀମାନ୍ତ ଇଲାକାରେ ପାଟ୍ରୋଲିଂ କରୁଥିବା ଭୁବନ ପୁଲିସ ତାଙ୍କ ଫୋନ୍‌ ଉଠାଇ ମୃତ୍ୟୁ ସୂଚନା ଦେଇଥିଲେ।

ଜଣେ ମେଳାପି, ମିଷ୍ଟଭାଷୀ, ସମୟାନୁବର୍ତ୍ତୀ, ଦାୟିତ୍ବସଂପନ୍ନ ଓ କର୍ତ୍ତବ୍ୟ ପରାୟଣ ଭାବେ ସେ ସମସ୍ତଙ୍କ ପ୍ରିୟପାତ୍ର ଥିଲେ। ସାଧାରଣ କ୍ଷୁଦ୍ରଚାଷୀ କୂଳମଣି ବେହେରାଙ୍କ ସାନପୁଅ ବୁଲୁଙ୍କ ମୃତ୍ୟୁରେ ତାଙ୍କ ପରିବାର ସ୍ତବ୍‌ଧ ହୋଇଯିବା ସହ ଚଣ୍ଡିପାଳ ଗାଁ ଓ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି। ଖବରପାଇ ସୁକିନ୍ଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe