ସଡ଼କ ଦୁର୍ଘଟଣାରେ ମାଛ ବେପାରୀଙ୍କ ମୃତ୍ୟୁ; ସାଇକେଲ ଉପରେ ମାଡିଗଲା ୧୦ ଚକିଆ ଟ୍ରକ

ସଡ଼କ ଦୁର୍ଘଟଣାରେ ମାଛ ବେପାରୀଙ୍କ ମୃତ୍ୟୁ; ସାଇକେଲ ଉପରେ ମାଡିଗଲା ୧୦ ଚକିଆ ଟ୍ରକ

ଯାଜପୁର: ଯାଜପୁର ରୋଡ ଥାନା ଗଣେଶ ବଜାର ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଟ୍ରକ ଧକ୍କାରେ ଜଣେ ମାଛ ବେପାରୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ସ୍ଥାନୀୟ ନେଳିବାରି ଗ୍ରାମର ଅନାଦି ମଳିକ। ସେ ସାଇକେଲରେ ମାଛ ନେଇ ବଜାରକୁ ବିକ୍ରି କରିବାକୁ ଯାଉଥିବା ବେଳେ ଏକ ୧୦ ଚକିଆ ଟ୍ରକ ତାଙ୍କ ଉପରେ ମାଡି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ସୂଚନା ମୁତାବକ, ଆଜି ସକାଳୁ ଯାଜପୁର ରୋଡ ଥାନା ନେଳିବାରି ଅଂଚଳର ଅନାଦି ମଳିକ ସାଇକେଲରେ ମାଛ ନେଇକି ଯାଜପୁର ରୋଡ ଆସୁଥିଲେ। ହଠାତ ଗଣେଶ ବଜାଇ ଛକରେ ଅପରପକ୍ଷରୁ ଏକ ଗ୍ୟାସ ବୋଝେଇ ଟ୍ରକ ଦ୍ରୁତଗତିରେ ମାଡି ଆସି ଅନାଦିଙ୍କ ଉପରେ ଚଢି ଯାଇଥିଲା। ଫଳରେ ଅନାଦିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେପଟେ ଯାଜପୁର ରୋଡ ପୁଲିସ ଗଣେଶ ବଜାର ଛକ ଦୁର୍ଘଟଣାସ୍ଥଳରେ ପହଂଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହିତ ଦୁର୍ଘଟଣା ଘଟାଇ ଥିବା ଗ୍ୟାସ ବୋଝେଇ ଟ୍ରକକୁ ଜବତ କରି ଥାନାକୁ ନେଇଥିବା ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe