ଅନାବାଦୀ ଜମିରେ ଥିବା ଘରକୁ ଭାଙ୍ଗିଲା ପ୍ରଶାସନ

Advertisment
ଅନାବାଦୀ ଜମିରେ ଥିବା ଘରକୁ ଭାଙ୍ଗିଲା ପ୍ରଶାସନ

ଚଣ୍ଡିଖୋଲ: ଉଚ୍ଚନ୍ୟାୟାଳୟର ନିର୍ଦେଶକ୍ରମେ ସରକାରୀ ଅନାବାଦୀ ଜମି ଉପରେ ନିର୍ମାଣ ହୋଇଥିବା ଏକ ଗୃହକୁ ପ୍ରଶାସନ ପକ୍ଷରୁ  ଜେସିବି ଲଗାଇ ଭାଙ୍ଗି ଦିଆଯାଇଛି। ବଡ଼ଚଣା ବ୍ଲକ ଖଇରା ପଞ୍ଚାୟତ ଅନ୍ତର୍ଗତ କଡ଼ାଇ ଗ୍ରାମର ଜଣେ ନିରାଶ୍ରୟ ବ୍ୟକ୍ତି ଗୋପାଳ ନାୟକ ସରକାରୀ ଅନାବାଦୀ ଜମି ଉପରେ ଘର ନିର୍ମାଣ କରି ସପରିବାର ରହି ଆସୁଥିଲେ। ଏହାକୁ ବିରୋଧ କରି ଏହି ବ୍ଲକ୍‌ ଅନ୍ତର୍ଗତ ନୂଆଶାସନ ଗ୍ରାମର କବିତା ଆଚାର୍ଯ୍ୟ ଓଡ଼ିଶା ଉଚ୍ଚନ୍ୟାୟାଳୟରେ ଏକ ମାମଲା ଦାଏର କରିଥିଲେ। ଏହି ମାମଲାର ବିଚାର କରି ଗୋପାଳଙ୍କ ଘର ଉଚ୍ଛେଦ କରିବାକୁ ଦର୍ପଣ ତହସିଲଦାରଙ୍କୁ ପତ୍ର ସଂଖ୍ୟା ୬୩୩୮/୨୦୨୨ରେ ଅଦାଲତ ନିର୍ଦେଶ ଦେଇଥିଲେ।

ଏହାପରେ ଘରର ସମସ୍ତ ଆସବାବପତ୍ର ବାହାର କରି ଘର ଖାଲି କରିବାକୁ ତହସିଲ ପକ୍ଷରୁ ବହୁବାର ଗୋପାଳଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସେ ତାହା କରିନଥିଲେ। ଆଜି ତହସିଲଦାର ମାନସ କୁମାର ତ୍ରିପାଠୀ ଓ ଥାନାଧିକାରୀ ଶରତ ଚନ୍ଦ୍ର ପାତ୍ର ପୁଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚି ଗୋପାଳ ନାୟକଙ୍କ ଘରକୁ ଜେସିବି ସାହାଯ୍ୟରେ ଭାଙ୍ଗି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe