କାଳିଆପାଣି (ରବି ନାରାୟଣ କର): ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଅବହେଳିତ ପ୍ରତ୍ୟକ୍ଷ ଖଣି ପ୍ରଭାବିତ ଉପାନ୍ତ ଇଲାକା ଚିଙ୍ଗୁଡ଼ିପାଳ ଓ ରାଁସୋଳ ପଞ୍ଚାୟତବାସୀଙ୍କ ପାଇଁ ୬୦ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ଓଡ଼ିଶା ଖଣି ନିଗମ ପକ୍ଷରୁ ଖଣିର ପାରିପାର୍ଶ୍ବିକ ଉନ୍ନୟନ ଓ ସାମାଜିକ ପ୍ରତିବଦ୍ଧତା ଯୋଜନାରେ ଆଜି ଏହି ୨ ପଞ୍ଚାୟତକୁ ମାଗଣା ସ୍କୁଲବସ୍ ସେବା ଶୁଭାରମ୍ଭ ହୋଇଛି। ଓଏମ୍ସି କାଳିଆପାଣି ଷ୍ଟାଡିଅମ୍ରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ସମବାୟ ମନ୍ତ୍ରୀ ଡ. ପ୍ରଦୀପ ବଳସାମନ୍ତ ମୁଖ୍ୟଅତିଥି ଓ ଆଞ୍ଚଳିକ ପ୍ରବନ୍ଧକ ଇଂ ଅବନୀକାନ୍ତ ପ୍ରଧାନ ଯୁଗ୍ମ ଭାବେ ସବୁଜ ପତାକା ଦେଖାଇ ଏହି ୨ ପଞ୍ଚାୟତକୁ ଗୋଟିଏ ଲେଖାଏଁ ବସ୍ ପଠାଇଥିଲେ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ବଳସାମନ୍ତ ବସ୍ରେ ପିଲାଙ୍କ ମେଳରେ ବସି ଯାତ୍ରା କରିବା ସହ ଛାତ୍ରଛାତ୍ରୀଙ୍କୁ ମିଠା ଖୁଆଇଥିଲେ। ପିଲାମାନଙ୍କ ସହ ଖୁସିଗପ କରିଥିଲେ। ପିଲାଏ ମନ୍ତ୍ରୀଙ୍କୁ ପାଖରେ ପାଇ ବେଶ୍ ଉତ୍ସାହିତ ହୋଇଥିଲେ। ପିଲାମାନେ ପାଠପଢ଼ି ସୁନାଗରିକ ହେବା ପାଇଁ ମନ୍ତ୍ରୀ ଉପଦେଶ ଦେଇଥିଲେ। କାର୍ମିକ ଉପପ୍ରବନ୍ଧକ ଦେବାଶିଷ ସାମଲଙ୍କ ଆବାହକତ୍ବରେ ଓ ପାରିପାର୍ଶ୍ବିକ ଉନ୍ନୟନ ପରାମର୍ଶଦାତା ମଧୁସ୍ମିତା ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ସମାବେଶରେ ଓଡ଼ିଶା ମାଇନିଂ ୱାର୍କର୍ସ ୟୁନିଅନ ସାଧାରଣ ସମ୍ପାଦକ ଅମଳେନ୍ଦୁ ବେହୁରା, ନବନିଯୁକ୍ତ କାର୍ଯ୍ୟକାରୀ ସଭାପତି ନାରାୟଣ ଚନ୍ଦ୍ର ଧୀର, ବରିଷ୍ଠ ଖଣି ପ୍ରବନ୍ଧକ ଇଂ ସୁଶାନ୍ତ କୁମାର ନାଏକ ଓ ଇଂ ନିଗମାନନ୍ଦ ସେଠୀ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବେଣୁଧର ମହାନ୍ତ, ପୂର୍ବତନ ସରପଞ୍ଚ ରବୀନ୍ଦ୍ର କୁମାର ସାହୁ, ଧୀରେନ୍ଦ୍ର ଦେହୁରୀ, ଓଏମ୍ସି କର୍ମଚାର ପ୍ରତିନିଧି ମଧୁସୂଦନ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ।
/filters:format(webp)/sambad/media/media_files/2025/12/15/kaliapani-2025-12-15-22-55-07.jpg)
ଆହୁରି ପଢ଼ନ୍ତୁ: Heart Attack: କାଳିଆପାଣିରେ ହୃଦ୍ଘାତ ମୃତ୍ୟୁ ଆତଙ୍କ! ଦିନକରେ ଆଖି ବୁଜିଲେ ୪ ଜଣ
ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା
ଖଣିଅଞ୍ଚଳର କେନ୍ଦ୍ରସ୍ଥଳ କାଳିଆପାଣି ଓ କଲରଙ୍ଗିଅତ୍ତାରେ ଥିବା ଏକାଧିକ ସରକାରୀ ହାଇସ୍କୁଲ, ପବ୍ଲିକ ସ୍କୁଲ ଓ ଶିଶୁମନ୍ଦିର ସ୍ଥଳ ବିଶେଷରେ ବିଭିନ୍ନ ଗାଁ ଠାରୁ ୫ ରୁ ୧୦ କିଲୋମିଟର ଦୂର। ପାହାଡ଼ି ବଣମୁଲକରେ ରହୁଥିବା ପିଲାଏ ପାଠପଢ଼ା ବାଟରେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ସାଧାରଣରେ ଅଭିଯୋଗ ହୁଏ। ଖରାବର୍ଷା ଓ ଶୀତକାକର ଦାଉ ସାଧୁଥିଲା। ଏସବୁ କାରଣରୁ ସଂପୃକ୍ତ ୨ ପଞ୍ଚାୟତରେ ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କ ସଂଖ୍ୟା ଜିଲ୍ଲାରେ ସର୍ବାଧିକ। ତେବେ ଉକ୍ତ ୨ ପଞ୍ଚାୟତରେ ଏକାଧିକ ବଡ଼ବଡ଼ ଖଣି କର୍ତ୍ତୃପକ୍ଷ ୬୦ ଦଶକରୁ କ୍ରୋମାଇଟ୍ ଖଣି ଖୋଳି ଆର୍ଥିକ ଅଭିବୃଦ୍ଧିର ଶିଖରରେ ପହଞ୍ଚିଥିବା ସତ୍ତ୍ବେ ଅଞ୍ଚଳବାସୀଙ୍କ ଦାବି ପ୍ରତି ଉଦାସୀନ ରହିଆସୁଥିଲେ। ଏହାକୁ ନେଇ ଓଏମ୍ସି ପାଇଁ ଅନୁଷ୍ଠିତ ବିଭିନ୍ନ ଜନଶୁଣାଣି ଓ ପଲ୍ଲୀସଭାରେ ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରତିବାଦର ସ୍ବର ତୀବ୍ର ହେବାରେ ଲାଗିଥିଲା।
ଆହୁରି ପଢ଼ନ୍ତୁ: MGNREGA : ଗାନ୍ଧି ଓ ରାମରାଜ୍ୟ ମଧ୍ୟରେ କୌଣସି ଫରକ ନାହିଁ : ଶଶୀ ଥରୁର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/12/15/kaliapani-2025-12-15-22-56-49.jpg)