ଭୁବନେଶ୍ବରରେ ପଦ୍ମଶ୍ରୀ ଅଜୟ ପରିଡ଼ାଙ୍କ ମରଶରୀର, କାର୍ଯ୍ୟାଳୟରେ ଅନ୍ତିମ ଶ୍ରଦ୍ଧାଞ୍ଜଳି

Advertisment
ଭୁବନେଶ୍ବରରେ ପଦ୍ମଶ୍ରୀ ଅଜୟ ପରିଡ଼ାଙ୍କ ମରଶରୀର, କାର୍ଯ୍ୟାଳୟରେ ଅନ୍ତିମ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ପଦ୍ମଶ୍ରୀ ଅଜୟ ପରିଡ଼ାଙ୍କ ମର ଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛି। ସେଠାରେ ତାଙ୍କ ପରିବାରବର୍ଗଙ୍କ ସହ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍ ସାଇନ୍ସର କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ବିମାନ ବନ୍ଦରରୁ ତାଙ୍କ ମର ଶରୀରକୁ କାର୍ଯ୍ୟାଳୟକୁ ନିଆଯାଇଛି। ସେଠାରେ ଅଫିସ କର୍ମଚାରୀ, ବନ୍ଧୁମାନେ ଶେଷ ଦର୍ଶନ କରୁଛନ୍ତି। ଏଠାରୁ ପରିଡ଼ାଙ୍କ ମର ଶରୀରକୁ ମାତୃଭୂମି ଯାଜପୁରର ଭଗବାନପୁର ଅଭିମୁଖେ ନିଆଯିଵ। ସେଠାରେ ରାଷ୍ଟୀୟମଯ୍ୟାଦା ସହିତ ଶେଷକୃତ୍ୟ ସମ୍ପନ୍ନ କରାଯିବ।

ଗତକାଲି ଏକ ସମ୍ମିଳନୀରେ ଯୋଗ ଦେବାପାଇଁ ଗୌହାଟୀ ଯାଇଥିବାବେଳେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଛି। ହୃଦ୍‌ଘାତ ପରେ ହୋଟେଲ ରୁମ୍‌ରୁ ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆ ଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କୁ ୫୮ବର୍ଷ ହୋଇଥିଲା। ମୃତ୍ୟୁ ଖବର ପାଇବା ପରେ ତାଙ୍କ ପୁଅ ତୁରନ୍ତ ଗୌହାଟୀ ଗସ୍ତ କରିଥିଲେ ଓ ସେଠାରେ ଶବ ବ୍ୟବଚ୍ଛେଦ କରାଯାଇଥିଲା

ତାଙ୍କ ବିୟୋଗ ଖବର ପ୍ରଚାର ହେବାପରେ ଜନ୍ମମାଟି ସମେତ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ପରିବାର ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀ ପରିଡ଼ା ଗତକାଲି ସକାଳେ ସମ୍ମିଳନୀକୁ ଯିବାପାଇଁ ହୋଟେଲ୍‌ ରୁମ୍‌ରେ ପ୍ରସ୍ତୁତ ହେଉଥିବାବେଳେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ପିନ୍ଧିବା ପାଇଁ ହାତରେ ପ୍ୟାଣ୍ଟ୍‌ ଧରିଥିବା ବେଳେ ତଳେ ପଡ଼ିଯାଇଥିଲେ। ସମ୍ମିଳନୀକୁ ଯିବା ସମୟ ଉପନୀତ ହୋଇଥିବାରୁ ସହକର୍ମୀମାନେ ତାଙ୍କୁ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ତାଙ୍କ ଏକମାତ୍ର ପୁଅ ଆଶିଷ କୁମାର ପରିଡ଼ା ତୁରନ୍ତ ଗୌହାଟୀରେ ପହଞ୍ଚିଥିଲେ। ପରେ ସେଠାରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe