ମରଣଯନ୍ତା ପାଲଟିଛି ରାସ୍ତା: ନଦୀବନ୍ଧରେ ଫସିଲା ଆମ୍ବୁଲାନ୍ସ

ମରଣଯନ୍ତା ପାଲଟିଛି ରାସ୍ତା: ନଦୀବନ୍ଧରେ ଫସିଲା ଆମ୍ବୁଲାନ୍ସ

ପାଣିକୋଇଲି: ଯାଜପୁର ଜିଲ୍ଲା କୋରେଇ ବ୍ଲକ୍‌ ଅନ୍ତର୍ଗତ ମୂଳାପାଳ ଗ୍ରାମ ଠାରୁ ବୈତରଣୀ ବ୍ରିଜ୍‌ ପର୍ଯ୍ୟନ୍ତ ନଦୀବନ୍ଧ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏହି ବୈତରଣୀ ନଦୀବନ୍ଧରେ ଗତକାଲି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରୋଗୀ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ କାଦୁଅରେ ଫସି ରହିଥିଲା। ସ୍ଥାନୀୟ ଲୋକଙ୍କ ସହଯୋଗରେ ଆମ୍ବୁଲାନ୍ସଟିକୁ ବାହାର କରାଯାଇଥିଲା।

ଏହି ନଦୀବନ୍ଧ ରାସ୍ତାରେ ମୂଳାପାଳ ପଞ୍ଚାୟତର ଲୋକମାନେ ବ୍ୟାଙ୍କ, ସ୍କୁଲ୍‌ କଲେଜ, ଲିଙ୍ଗେଶ୍ବର ଶିଶୁମନ୍ଦିର ଠାରୁ ଆରମ୍ଭ କରି ପଞ୍ଚାୟତ କାର୍ଯ୍ୟାଳୟକୁ ମଧ୍ୟ ପ୍ରତିଦିନ ଯାତାୟାତ କରନ୍ତି। ହେଲେ ଏହିରାସ୍ତା ଏବେ ଯାତାୟାତ ଉପଯୋଗୀ ହୋଇ ରହିନାହି। ଫଳରେ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ପାଇଁ ଲୋକମାନେ ଷଠିପୁର ଦେଇ ୫ କିଲୋମିଟର ଦୂର ବୁଲି ଆସିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ ଠିକାସଂସ୍ଥା ବନ୍ଧକାମ ଅଧାରୁ ଛାଡ଼ି ପଳାଇ ଯାଇଛି।

ପ୍ରକାଶ ଯେ, ୧୬ ନମ୍ବର ଜାତୀୟ ରାଜପଥ ବୈତରଣୀ ବ୍ରିଜ୍‌ ଠାରୁ ରୁଢ଼ିଆ ପର୍ଯ୍ୟନ୍ତ ନଦୀବନ୍ଧକୁ ସୁଦୃଢ଼ କରିବା ପାଇଁ ଅନୁମୋଦନ ମିଳିଥିଲା। ଖରାଦିନେ ଠିକାସଂସ୍ଥା ଓସିସି ପକ୍ଷରୁ ଏହି ବନ୍ଧରେ ମାଟି ପକାଯାଇ ଚଉଡ଼ ଓ ଉଚ୍ଚତା କରାଯାଇଥିଲା। ବର୍ଷାଦିନ ପୂର୍ବରୁ କାମ ସରିବା କଥା। କିନ୍ତୁ ଠିକା ସଂସ୍ଥା କାମ ଛାଡ଼ି ପଳାଇ ଯାଇଛି। ଫଳରେ ଉକ୍ତ ରାସ୍ତାରେ ଏବେ ଯାତାୟାତ ସମ୍ଭବ ହେଉନାହିଁ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe