ଏଟିଏମ୍‌ ଲୁଟ ଉଦ୍ୟମ

Advertisment
ଏଟିଏମ୍‌ ଲୁଟ ଉଦ୍ୟମ

ସୁଜନପୁର : ଯାଜପୁର ସଦର ଥାନା ଅଧୀନ ବରୁଆଁ ଛକରେ ଥିବା ଏକ୍ସିସ ଏଟିଏମ୍‌ରୁ ଦୁବୁର୍ତ ଗତକାଲି ବିଳମ୍ବିତ ରାତିରେ ଲୁଟ୍‌ ଉଦ୍ୟମ କରି ବିଫଳ ହୋଇଥିଲେ। ଗତକାଲି ବିଳମ୍ବିତ ରାତିରେ ଏଟିଏମ୍‌ କେବିନ୍‌ରେ ପଶି ପ୍ରଥମେ ଏଟିଏମ୍‌ ଭିତରେ ଥିବା ସିସିଟିଭି କ୍ୟାମେରା ଉପରେ କାଦୁଅ ବୋଲିଦେଇ ଏଟିଏମ୍‌କୁ କୋଣସି ଯନ୍ତ୍ର ମାଧ୍ୟମରେ ୬୦ ପ୍ରତିଶତ ଭାଙ୍ଗିଦେଇଥିଲେ। କିଛି ସ୍ଥନୀୟ ଲୋକ ଆଜି ସକାଳେ ବଜାରକୁ ଆସିଥିବା ବେଳେ ତାହା ଦେଖି ତୁରନ୍ତ ସଦର ଥାନାକୁ ଜଣାଇଥିଲେ। ସଦର ଥନାର ପୁଲିସ୍‌ ଏଏସଆଇ. ମନୋରଂଜନ ଦାସ ପହଞ୍ଚି ଏଟିଏମ୍‌ ଭଙ୍ଗାଯାଇଥିବା ଦେଖିଥିଲେ। ପୁଲିସ୍‌ ପକ୍ଷରୁ ଏକ୍ସିସ ଏଟିଏମ୍‌ର ଅଫିସକୁ ଫୋନ୍‌ ଯୋଗେ ଜଣାଇଥିଲେ। ଅଫିସ ପକ୍ଷରୁ ସେଠାରେ ପହଞ୍ଚିି ଟଙ୍କା ସୁରକ୍ଷିତ ଥିବା ଜାଣିବାକୁ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe