ବରୀରେ ବିଜେପି ସମର୍ଥକ ଭୋଟରଙ୍କ ଉପରେ ଆକ୍ରମଣ ଅଭିଯୋଗ: ପୁଲିସର ନିଷ୍କ୍ରିୟତା ନେଇ ଥାନା ଆଗରେ ଧାରଣା

Advertisment
ବରୀରେ ବିଜେପି ସମର୍ଥକ ଭୋଟରଙ୍କ ଉପରେ ଆକ୍ରମଣ ଅଭିଯୋଗ: ପୁଲିସର ନିଷ୍କ୍ରିୟତା ନେଇ ଥାନା ଆଗରେ ଧାରଣା

ବରୀ: ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ ବିଜେପି ସମର୍ଥକ ଭୋଟର ହିମାଂଶୁ ସାହୁଙ୍କ ସମେତ ୩ଜଣଙ୍କୁ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବରୀ ସାହୁପଡ଼ା ୧୦୬ନଂ ବୁଥରେ ଭୋଟ୍ ଦେବାକୁ ଆସିଥିବା ବେଳେ ଏଭଳି କାଣ୍ଡ ଘଟିଥିବା ନେଇ ପୁଲିସ ନିକଟରେ ଅଭିଯୋଗ କରାଯିବା ପରେ ମଧ୍ୟ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

publive-image

ଏହାର ପ୍ରତିବାଦରେ ବିଜେପି ନେତା ଆଶୁତୋଷ ପରିଡ଼ାଙ୍କ ନେତୃତ୍ବରେ ବହୁ ଦଳୀୟ କର୍ମୀ ବରୀ ରାମଚନ୍ଦ୍ରପୁର ଥାନା ଆଗରେ ଧାରଣା ଦେଇଥିଲେ।ଏଣେ ବରୀ ଆସନରେ ପୁଣି ଥରେ ମତଦାନ କରିବାକୁ ବିଜେପି ପକ୍ଷରୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe