ଦଶରଥପୁର : ନାଏବ ସରପଞ୍ଚ ଓ ଆଶାକର୍ମୀଙ୍କୁ ଆକ୍ରମଣ

Advertisment
ବଡ଼ ଭାଇ କଟୁରି ଚୋଟରେ ସାନ ଗୁରୁତର

deccanherald.com

ଦଶରଥପୁର : ଦଶରଥପୁର ବ୍ଲକର ରାହାସୋଇ ପଞ୍ଚାୟତରେ କୋଲକାତା ଫେରନ୍ତାଙ୍କୁ ପଞ୍ଚାୟତ ସଂଗରୋଧକେନ୍ଦ୍ରରେ ରହିବାକୁ ପରାମର୍ଶ ଦେଉଥିବାବେଳେ ସରପଞ୍ଚ, ନାଏବ ସରପଞ୍ଚ ଓ ଅନ୍ୟମାନେ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ଦଶରଥପୁର ବ୍ଲକ୍ ରାହାସୋଇ ପଞ୍ଚାୟତର ପ୍ରଭାତ କୁମାର ଦାସ, ବ୍ରଜକିଶୋର ପାତ୍ର, ସନ୍ତୋଷ କୁମାର ପାତ୍ର, ଟୁନା ପଲାଇ, ସୁନା ପଲାଇ କୋଲକାତାରେ ରହି କାମ କରୁଥିଲେ । ଗତ କିଛିଦିନ ତଳେ ସେମାନେ କୋଲକାତାରୁ ଘରକୁ ଫେରିଥିଲେ। ସ୍ଥାନୀୟ ସରପଞ୍ଚ ମାଧବ ମଲ୍ଳିକଙ୍କ ସମେତ ନାଏବ ସରପଞ୍ଚ ରମେଶ ସାହୁ, ଆଶା କର୍ମୀ ରମା ପରମାଣିକ, ଅଙ୍ଗନବାଡ଼ି କର୍ମୀ ରମା ସୁନ୍ଦରୀ ପଣ୍ଡା ପ୍ରମୁଖ ଏମାନଙ୍କୁ ପଞ୍ଚାୟତ କ୍ବାରାଣ୍ଟିନରେ ରହିବା ପରାମର୍ଶ ଦେଇଥିଲେ। ମାତ୍ର, ଏହି ସମୟରେ ସଂପୃକ୍ତ କୋଲକାତା ଫେରନ୍ତା ଓ ସେମାନଙ୍କ ସଂପର୍କୀୟ ସଂଜୟ ଦାସ ଏବଂ ଜନ୍ମେଜୟ ଦାସ ମିଳିତ ଭାବେ ପଞ୍ଚାୟତର ନାଏବ ସରପଞ୍ଚ ଜଳି ସାହୁ, ଆଶା କର୍ମୀ ରମା ପରମାଣିକ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଦୁର୍ବ୍ୟବହାର କରିବା ସହ ଆକ୍ରମଣ କରିଥିଲେ। ଏପରିକି ସଙ୍ଗରୋଧ ଗୃହରେ ରହିବୁ ନାହିଁ କି ଆମକୁ କରୋନା ଭୂତାଣୁ ହୋଇ ନାହିଁ ବୋଲି ସଫେଇ ଦେଇଥିଲେ। ଯାଜପୁର ଥାନାଧିକାରୀ ଆଶିଷ ସାହୁ ସଦଳବଳେ ଗୁରୁବାର ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ କୋଲକାତା ଫେରନ୍ତା ବ୍ୟକ୍ତିଙ୍କୁ ତାଗିଦ କରିବା ସହ ତାଙ୍କୁ ସଙ୍ଗରୋଧ ଗୃହରେ ଅବସ୍ଥାପିତ କରାଇଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe