ଯୁବକଙ୍କୁ ଗୋଡ଼େଇ ହାଣିଲେ

Advertisment
ଯୁବକଙ୍କୁ ଗୋଡ଼େଇ ହାଣିଲେ

ମୁଣ୍ଡରେ ଚୋଟ, ଗୋଡ଼ ଦିଖଣ୍ଡ
ସଂକଟାପନ୍ନ ଅବସ୍ଥାରେ କଟକ ସ୍ଥାନାନ୍ତର

କୋରେଇ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆଜି ବିଳମ୍ବିତ ରାତିରେ ପାଣିକୋଇଲି ଥାନା ଅନ୍ତର୍ଗତ ଶଙ୍ଖଚିଲା ଫାଣ୍ଡି ଅନ୍ତର୍ଗତ ଗୋଡିପାଟଣା ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି। ବେପାର ସାରି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଗ୍ରାମର ପୀତବାସ ସାହୁଙ୍କ ପୁଅ ଅଭିରାମ(୩୪)ଙ୍କୁ କେତେକ ଦୁର୍ବୃତ୍ତ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି। ଅଭିରାମଙ୍କ ମୁଣ୍ଡରେ ଚୋଟ ବାଜିଥିବା ବେଳେ ଗୋଡ଼ ଦୁଇଖଣ୍ଡ ହୋଇଯାଇଛି। ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଯାଜପୁର ରୋଡ଼୍‍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ମାତ୍ର ଅବସ୍ଥା ଉଦ୍‌ବେଗଜନକ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅଭିରାମ ପେସାରେ ଜଣେ ବ୍ୟବସାୟୀ। ସେ ଆଜି ବେପାର ସାରି ରାତିରେ ଡୁବୁରି ହାଟରୁ ଘରକୁ ଫେରୁଥିବା ବେଳେ ଶଙ୍ଖଚିଲା-ଗୋଡିପାଟଣା ରାସ୍ତାରେ ତାଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ଗାଁ ଦାଣ୍ଡ ଅନ୍ଧାର ଥିଲା। ଘରକୁ ଫେରୁଥିବା ସମୟରେ ଗାଁ ଦାଣ୍ଡରେ ଥିବା ଅନ୍ଧାର ରାସ୍ତାରେ କେହି ଦୃର୍ବୁତ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଅଭିରାମଙ୍କ ମୁଣ୍ଡରେ ଯୋରରେ ଆଘାତ ଲାଗିଥିବା ସହିତ ଗୋଡ ମଧ୍ୟ ଦୁଇଖଣ୍ଡ ହୋଇଯାଇଛି। ଅନ୍ଧାର ଥିବା ହେତୁ ଆକ୍ରମଣକାରୀକୁ ଅଭିରାମ ଚିହ୍ନି ପରାରି ନଥିବା ପ୍ରକାଶ କରିଥିବା ବେଳେ ଜମିବାଡିକୁ ନେଇ ସେହି ଗ୍ରାମର ଜନୈକ ବ୍ୟକ୍ତିଙ୍କ ସହିତ ପୂର୍ବ ଶତ୍ରୁତା ଥିବାରୁ ସେମାନେ ଏଭଳି କାଣ୍ଡ ଭିଆଇ ଥାଇ ପାରନ୍ତି ବୋଲି ଆଲୋଚନା ହେଉଛି। ଏନେଇ ଫାଣ୍ଡି ବା ପାଣିକୋଇଲି ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନଥିବା ଜଣାପଡିଛି। ଜମିବାଡି ବିବାଦକୁ ନେଇ ଅଭିରାମ ଗୋଡିପାଟଣା ଗ୍ରାମର ହୃଷୀକେଶ ମହାକୁଡଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏନେଇ ପାଣିକୋଇଲି ଥାନରେ ଅଭିଯୋଗ ହୋଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe