କଲିକତା ଫେରନ୍ତାଙ୍କୁ କ୍ବାରେଣ୍ଟାଇନରେ ରଖିବାକୁ ଯାଇ ସଂଘବଦ୍ଧ ଆକ୍ରମଣର ଶିକାର ହେଲେ ମହିଳା ନାଏବ ସରପଞ୍ଚ

କଲିକତା ଫେରନ୍ତାଙ୍କୁ କ୍ବାରେଣ୍ଟାଇନରେ ରଖିବାକୁ ଯାଇ ସଂଘବଦ୍ଧ ଆକ୍ରମଣର ଶିକାର ହେଲେ ମହିଳା ନାଏବ ସରପଞ୍ଚ

ଯାଜପୁର: ଯାଜପୁର ଜିଲ୍ଲାର ଏକ ଗ୍ରାମର ମହିଳା ନାଏବ ସରପଞ୍ଚ ସଂଘବଦ୍ଧ ଆକ୍ରମଣ ଶିକାର ହୋଇଥିବାର ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଯାଜପୁର ଜିଲ୍ଲାର ରାହାସୋଇ ଗ୍ରାମର ମହିଳା ନାଏବ ସରପଞ୍ଚ କିଛି କଲିକତା ଫେରନ୍ତାଙ୍କୁ କ୍ବାରେଣ୍ଟାଇନରେ ରଖିବାକୁ ଯାଇଥିଲେ। ହେଲେ ସେହି କଲିକତା ଫେରନ୍ତାମାନେ ଏତେ ଦିନ ହେଲା କୁଆଡ଼େ ଥିଲ ଏବଂ ଏଠାରେ ସୁବିଧା ନାହିଁ ବୋଲି କହିଥିଲେ।

ଖାଲି ସେତିକି ନୁହେଁ ୫ଜଣ କଲିକତା ଫେରନ୍ତା ମହିଳା ନାଏବ ସରପଞ୍ଚଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଖାଲି ସେତିକି ନୁହେଁ, ସାଙ୍ଗରେ ଯାଇଥିବା ଆଶା ଦିଦିଙ୍କୁ ବି ଅସଦାଚରଣ କରିଥିଲେ। ଏହି ଘଟଣା ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

publive-image

ସୂଚନାଯୋଗ୍ୟ, ଯାଜପୁରରେ ୩ ଜଣ ଡାକ୍ତର ଓ ୧୯ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କିଛି ରୋଗୀ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ଆଉ ସେଥିପାଇଁ ଡାକ୍ତର, ନର୍ସ ଓ ପାରା ମେଡ଼ିକାଲ କର୍ମଚାରୀଙ୍କୁ ସଂକ୍ରମଣ ହେବାର ଆଶଙ୍କା ନେଇ ସଙ୍ଗରୋଧରେ ରହିବାକୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe