ଯାଜପୁର: ଅଟୋକୁ ପଛରୁ ଧକ୍କା ଦେଲା ଲୁହାପଥର ବୋଝେଇ ଟ୍ରକ୍, ଅଟୋ ଚାଳକ ମୃତ

ଯାଜପୁର: ଅଟୋକୁ ପଛରୁ ଧକ୍କା ଦେଲା ଲୁହାପଥର ବୋଝେଇ ଟ୍ରକ୍, ଅଟୋ ଚାଳକ ମୃତ

ଯାଜପୁର: ଯାଜପୁର ପାଣିକୋଇଲି ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ଶର୍ମା ହୋଟେଲ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ ଆଜି ଅପରାହ୍ନରେ ଏକ ଆଇରନ ବୋଝେଇ ଟ୍ରକ(ଏପି-୩୦ଡବ୍ଲୁ-୪୫୭୯) କେନ୍ଦୁଝରରୁ ପାରାଦୀପ ଅଭିମୁଖେ ଯାଉଥିଲା। ଏହି ସମୟରେ ଶର୍ମା ହୋଟେଲ ନିକଟରେ ଯାଉଥିବା ଏକ ଡାଲା ଅଟୋ(ଓଡି-୩୪-ଏମ୍-୧୬୬୫)କୁ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା। ଫଳରେ ଅଟୋଟି ଓଲଟି ପଡିବା ସହ କିଛି ବାଟ ଘୋଷାରି ହୋଇ ଚାଲି ଯାଇଥିଲା। ଫଳରେ ‌ଅଟୋ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକଙ୍କ ଘର ଯାଜପୁର ରୋଡ ଥାନା ଅଧିନସ୍ଥ ନଟପଡା ଅଞ୍ଚଳର ମୁରଲୀ ବେହେରାଙ୍କ ପୁଅ ବିଜୟ କେତନ ବେହେରା(୩୦)। ମୃତ ଦେହକୁ ପୁଲିସ ଜବତ କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ଦୁଇଟି ଗାଡିକୁ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe