ଆଦିବାସୀ ବସ୍ତିରେ ନବନିର୍ବାଚିତ ବଡ଼ଚଣା ବିଧାୟକଙ୍କ ରାତ୍ରିଯାପନ

ଆଦିବାସୀ ବସ୍ତିରେ ନବନିର୍ବାଚିତ ବଡ଼ଚଣା ବିଧାୟକଙ୍କ ରାତ୍ରିଯାପନ

ଛତିଆ: ଯାଜପୁର ଜିଲ୍ଲା ବଡ଼ଚଣାର ନବନିର୍ବାଚିତ ବିଜେପି ବିଧାୟକ ଅମର ନାୟକ ଗତ ଶୁକ୍ରବାର ସମିଆ ପଞ୍ଚାୟତର ଛେଳିଆପଦା ଆଦିବାସୀ ବସ୍ତିରେ ରାତ୍ରିଯାପନ କରିବା ସହ ସ୍ଥାନୀୟ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବସ୍ତିର ଅର୍ଜୁନ ତିରିଆଙ୍କ ଘରେ ବିଧାୟକ ଶ୍ରୀ ନାୟକ ରାତ୍ରିଯାପନ କରିଥିବା ବେଳେ ଅର୍ଜୁନଙ୍କ ପତ୍ନୀ ତିରିଆ ବିଧାୟକଙ୍କ ପାଇଁ ରୁଟି, ଡାଲମା ଓ ଭଜା ପ୍ରସ୍ତୁତ କରିଥିଲେ।

ବିଧାୟକଙ୍କ ସହିତ ସମିଆ ସରପଞ୍ଚ ବିଶ୍ୱବିଜୟୀ ବ୍ରହ୍ମ, ପାରିଆ ସରପଞ୍ଚ ବେଣୁଧର ବିଶ୍ୱାଳ, ତ୍ରିଲୋଚନ ମାହାନ୍ତ ଓ ରଞ୍ଜିତ ଖିଲାର ପ୍ରମୁଖ ସେଠାରେ ରାତିରେ ରହିଥିଲେ। ସକାଳୁ ଉଠିବା ପରେ ବସ୍ତିର ଭୀମସେନ ମାହାନ୍ତ, ପ୍ରଶ୍ନଜିତ ଭୂଇଁଆ, ଗଙ୍ଗା ତିରିଆ, ଭୀମସେନ ପିଙ୍ଗୁଆ, ଲକ୍ଷ୍ମଣ ଶୀତୁଆ, ବୈକୁଣ୍ଠ ଛାତରା, କବିତା ତରାଇଗୁରା, ୱାର୍ଡ ସଭ୍ୟା ସୁକାନ୍ତି ପିଙ୍ଗୁଆ ପ୍ରମୁଖ ବିଧାୟକଙ୍କ ସହିତ ସେମାନଙ୍କ ଜମିପଟ୍ଟା, ଘର, ପାନୀୟ ଜଳ ଆଦି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ସେମାନଙ୍କ ସମସ୍ୟାଗୁଡ଼ିକର ପ୍ରଶାସନିକ ସ୍ତରରେ ଆଲୋଚନା କରାଯାଇ ତୁରନ୍ତ ସମାଧାନ କରାଯିବ ବୋଲି ଶ୍ରୀ ନାୟକ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe