୮ ମାସ ପରେ ଅପହୃତା ନାବାଳିକା ଛାତ୍ରୀ ଉଦ୍ଧାର

Advertisment

ଦୀର୍ଘ ୮ ମାସ ପରେ ବାଲିଚନ୍ଦ୍ରପୁର ଥାନା ପୁଲିସକୁ ମିଳିଛି ସଫଳତା । ଅପହରଣର ଶିକାର ହୋଇଥିବା ଜଣେ ନାବାଳିକା ଛାତ୍ରୀକୁ ଓଡିଶା-ପଶ୍ଚିମବଙ୍ଗ ସୀମାରୁ ଉଦ୍ଧାର ପରେ ଛାତ୍ରୀ ଜଣକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି ।

ଦୀର୍ଘ ୮ ମାସ ପରେ ବାଲିଚନ୍ଦ୍ରପୁର ଥାନା ପୁଲିସକୁ ମିଳିଛି ସଫଳତା । ଅପହରଣର ଶିକାର ହୋଇଥିବା ଜଣେ ନାବାଳିକା ଛାତ୍ରୀକୁ ଓଡିଶା-ପଶ୍ଚିମବଙ୍ଗ ସୀମାରୁ ଉଦ୍ଧାର ପରେ ଛାତ୍ରୀ ଜଣକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି ।

Eeq4TIvU0AEi6-7

ଚଣ୍ଡିଖୋଲ: ଦୀର୍ଘ ୮ ମାସ ପରେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ପୁଲିସକୁ ମିଳିଛି ସଫଳତା। ଅପହରଣର ଶିକାର ହୋଇଥିବା ଜଣେ ନାବାଳିକା ଛାତ୍ରୀକୁ ଓଡ଼ିଶା-ପଶ୍ଚିମବଙ୍ଗ ସୀମାରୁ ଉଦ୍ଧାର ପରେ ଛାତ୍ରୀ ଜଣକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । 

ସୂଚନା ମୁତାବକ ବରୀ ଥାନା ଅନ୍ତର୍ଗତ ରାଉତସାହିର ଜଣେ ନାବାଳିକା ଛାତ୍ରୀ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳିପୁରସ୍ଥିତ ସେଣ୍ଟଜୋସେଫ ଶିକ୍ଷାନୁଷ୍ଠାନରେ ଯୁକ୍ତ-୨ଶ୍ରେଣୀରେ ପାଠ ପଢୁଥିଲେ। ତେବେ ଗତ ୨୦୨୪ ନଭେମ୍ବର ମାସରେ ଛାତ୍ରୀ ଜଣକ ତା'ର ଜଣେ ସାଙ୍ଗ ସାଥିରେ ଏହି ବିଦ୍ୟାଳୟକୁ ଆସୁଥିବା ବେଳେ ବାଲିଚନ୍ଦ୍ରପୁର ବଜାର ନିକଟରୁ ରାଉତସାହି ଗ୍ରାମର ଶରତ ମଲ୍ଲିକଙ୍କ ପୁଅ ରିକନ ମଲ୍ଲିକ (୨୦) ନାବାଳିକା ଛାତ୍ରୀ ଜଣକୁ ଜୋର ଜବରଦସ୍ତ ଅପହରଣ କରି ନେଇ ଫେରାର ହୋଇ ଯାଇଥିଲା।

ତେବେ ଏନେଇ ସେତେବେଳେ ଛାତ୍ରୀଙ୍କ ବାପା ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରି ଝିଅକୁ ଉଦ୍ଧାର କରିବାକୁ ନିବେଦନ କରିଥିଲେ। ଅଭିଯୋଗ ଆଧାରରେ ଥାନା କେସ ନମ୍ବର ୪୧୮/୨୪ରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ଥାନାଧିକାରୀ ସମରଜିତ ନାୟକ ଏହି ଘଟଣାକୁ ଗୁରୁତର ସହିତ ନେଇ ରାଜ୍ୟର ବିଭିନ୍ନ ସ୍ଥାନ ସହିତ ରାଜ୍ୟ ବାହାର ଅଞ୍ଚଳ ମଦୁରାଇ, ଚେନ୍ନାଇ ଓ ଅହମଦାବାଦ ଆଦି ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମଧ୍ୟ  ଅପହୃତା ନାବାଳିକାକୁ ଉଦ୍ଧାର କରିବାରେ ସଫଳ ହୋଇ ପାରିନଥିଲେ।

ତେବେ ନାବାଳିକାକୁ ଉଦ୍ଧାର ପାଇଁ ଜୋରଦାର ଉଦ୍ୟମ ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଥାନାଧିକାରୀ ଶ୍ରୀ ନାୟକ ଓ ଅନ୍ୟ ଅଧିକାରୀ ଓଡିଶା-ପଶ୍ଚିମବଙ୍ଗର ସୀମାଞ୍ଚଳର ବାଲେଶ୍ୱର ନିକଟରୁ ନାବାଳିକାକୁ ଗତ ୨୧ ତାରିଖ ଦିନ ଉଦ୍ଧାର କରିବା ସହିତ ଯୁବକ ରିକନ ମଲ୍ଲିକଙ୍କୁ ଗିରଫ କରି ଥାନାକୁ ଆଣିଥିଲେ। ଗିରଫ ଯୁବକକୁ କୋର୍ଟ ଚାଲାଣ କରାଯାଇଛି। ଦୀର୍ଘ ୮ ମାସ ପରେ ପୁଲିସର ଏହି ସଫଳତାକୁ ନେଇ ଥାନାଧିକାରୀଙ୍କୁ ବିଭିନ୍ନ ମହଲରୁ ଉଚ୍ଚ ପ୍ରଶଂସା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe