ଲୋକଙ୍କ ଭରସା ୨୦ ବର୍ଷର ପୁରୁଣା ବାଉଁଶ ପୋଲ

ଲୋକଙ୍କ ଭରସା ୨୦ ବର୍ଷର ପୁରୁଣା ବାଉଁଶ ପୋଲ

ମଇନ୍ଦା: ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍‌ର ଚିକଣା ପଞ୍ଚାୟତରେ ମଦରିଙ୍ଗପାଳ ଗାଁରେ ବାଉଁଶ ପୋଲରେ ନାଳ ପାରି ହେଉଛନ୍ତି ଲୋକେ। ଏଠାରେ ୨୦ ବର୍ଷ ତଳେ ଏକ ପୋଲ ନିର୍ମାଣ ହୋଇଥିଲା। ତା’ ଉପରେ ଲୋକମାନେ ଯାତାୟାତ କରୁଥିଲେ। ବର୍ତ୍ତମାନ ଏହି ପୋଲଟି ଅତି ବିପଦପୂର୍ଣ୍ଣ ଅବସ୍ଥାରେ ଅଛି। ସଂଯୋଗୀକରଣ ରାସ୍ତା ଧୋଇଯାଇଛି। ତେଣୁ ବାଉଁଶ ପୋଲ ବର୍ତ୍ତମାନ ସାହାଭରସା। ଏହି ଗ୍ରାମରେ ୫୦୦ ରୁ ଅଧିକ ଲୋକ ବସବାସ କରୁଛନ୍ତି। ୧୦୦ ରୁ ଅଧିକ ଛାତ୍ରଛାତ୍ରୀ ଏହି ବାଉଁଶ ପୋଲଦେଇ ବ୍ରାହ୍ମଣୀ ଗାଁ ନୋଡାଲ ବିଦ୍ୟାଳୟ, ଉତଙ୍ଗରା ଉଚ୍ଚ ବିଦ୍ୟାଳୟକୁ ଯିବାଆସିବା କରୁଥିବା ଦେଖିବାକୁ ମିଳୁଛି। ବୟସ୍କ ଲୋକଙ୍କ କ୍ଷେତ୍ରରେ ପାଣିରେ ପଡ଼ିଯିବାର ଆଶଙ୍କା ରହିଛି।

publive-image

ଏହି ବିଷୟରେ ସ୍ଥାନୀୟ ସରପଞ୍ଚ ପାର୍ବତୀ ମଲିକଙ୍କୁ ପଚାରିବାରୁ ସେ ଏ ବିଷୟରେ ବିଡିଓଙ୍କୁ ଅବଗତ କରିଥିବା କହିଛନ୍ତି। ପୂର୍ବତନ ସରପଞ୍ଚ ଧ୍ରୁବ ଚରଣ ସେଠୀଙ୍କ କହିବା ଅନୁସାରେ ଦୀର୍ଘଦିନ ହେଲା ପୋଲଟି ନିର୍ମାଣ ହୋଇଥିବାରୁ ନଷ୍ଟ ହେଇଗଲାଣି। ଏହାକୁ ଭାଙ୍ଗି ତୁରନ୍ତ ନୂତନ ପୋଲଟିଏ ନିର୍ମାଣ କରାଯାଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe