ବ୍ରହ୍ମବରଦା: ଯାଜପୁର ଜିଲ୍ଲାରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଛି। ନଦୀନାଳ ଶୁଖି ଯାଉଥିବା ବେଳେ ଖରାରେ ଗଛପତ୍ର ଝାଉଁଳି ଯାଉଛି। ପ୍ରଚଣ୍ଡ ଖରାରେ କିଛି ସ୍ଥାନରେ ହଠାତ୍ ନିଆଁ ଲାଗିଯାଉଥିବା ଅଭିଯୋଗ ହେଉଛି। ଯାଜପୁର ବ୍ଲକ୍ ଝାଲପଡ଼ା ପଞ୍ଚାୟତ ତଥା ଝାଲପଡ଼ା ଗ୍ରାମରେ ଏପରି ଅଭିଯୋଗ ଦେଖିବାକୁ ମିଳିଛି। ଏହି ଗ୍ରାମର ପ୍ରକଳ୍ପ ବିଦ୍ୟାଳୟ ନିକଟରେ ଥିବା ବାଉଁଶ ବୁଦାରେ ହଠାତ୍ ନିଆଁ ଲାଗିଯାଇଥିଲା।
ଏହାଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ଖରାର ପ୍ରକୋପ ବୃଦ୍ଧି ପାଉଥିବାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ନଥିଲେ ଘରୁ ନବାହାରିବାକୁ ସତର୍କ ସୂଚନା ଜାରି କରାଯାଇଛି।
Follow Us