ରୋଚକ ସ୍ଥିତିରେ ବରୀ ଆସନ : ଦେବାଶିଷଙ୍କ ପାଇଁ ବିପଦ ଦଳୀୟ ନେତା

ରୋଚକ ସ୍ଥିତିରେ ବରୀ ଆସନ : ଦେବାଶିଷଙ୍କ ପାଇଁ ବିପଦ ଦଳୀୟ ନେତା

ଯାଜପୁର,(ସଂଗ୍ରାମ ସିଂହ): ସ୍ବାଧୀନତା ସଂଗ୍ରାମର ପବିତ୍ର ମାଟି ବରୀରେ  ବିଧାୟକ ଦେବାଶିଷ ନାୟକଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସବୁଠୁ ବଡ଼ ଭୟ େହଉଛି ମହିଳା କାର୍ଡ, ଅନ୍ୟଟି ଅନ୍ତଃ କନ୍ଦଳ।

ଯାଜପୁର ଜିଲ୍ଲାର ମୋଟ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ବରୀ ରାଜନୀତି ବେଶ ରୋଚକ ସ୍ଥିତିରେ ରହିଛି। ଏଠାେର ଘଡିକେ ଘୋଡା ଛୁଟୁଛି ।  ୨୦୦୦ ମସିହାରୁ ଲଗାତର ୪ଥର ବିଧାୟକ ଭାବେ ବିଜୟ ହୋଇଥିବା ବ‌ିଜେଡିର ହାଇପ୍ରୋଫାଇଲ୍ ନେତା ଦେବାଶିଷ ‌ନାୟକ ଏବେ ହଟ୍ ସିଟ୍ ରେ । ବିରୋଧୀ ଦଳର ପ୍ରତିଦ୍ବନ୍ଦ୍ବୀଙ୍କ ଅପେକ୍ଷା ନିଜ ଦଳ ବିଜେଡିର କେତେକ ନେତାଙ୍କ ପାଇଁ ଦେବାଶିଷଙ୍କ ଶିବିର ଅଧିକ ଭୟଭୀତ। ଗତ ୨୦୧୪ନିର୍ବାଚନରେ  ଦେବାଶିଷଙ୍କୁ ତାଙ୍କ ଭାଗ୍ୟ ସାଥ ଦେଇଥିଲା।

ଏଥିର ବରୀ ରାଜନୀତିେର ବହୁ ପରିବର୍ତ୍ତନ ହୋଇଛି। ଦେବାଶିଷଙ୍କ ଅତ୍ୟନ୍ତ ଘନିଷ୍ଠ ବରୀ ବିଜେଡ଼ି ସଭାପତି  ସେକ୍ ସଫିକ୍ ଉଦ୍ଧିନ୍(ଟାଲି)ଙ୍କର ଏକ ଚାଟିଆ କାରବାର ପାଇଁ ତାଙ୍କ ଭାଡ଼ି ଖାଲି ହେବାରେ ଲାଗିଛି। ବହୁ ପୁରୁଖା ସଂଗଠକ ଓ କର୍ମକର୍ତ୍ତା ଦେବାଶିଷଙ୍କ ଶିବିର ଛାଡ଼ିଛନ୍ତି। ଗତ ୨୦୧୪ନିର୍ବାଚନରେ ଟାଲିଙ୍କୁ ନେଇ ବିଦ୍ରୋହ ତୀବ୍ର ହେବାରୁ ଦେବାଶିଷ  ତାଙ୍କୁ ପଛକୁ ଠେଲି ଦେଇ ଶେଷ ମୂହୁର୍ତ୍ତରେ ନିଜ ବଡ଼ଭାଇ ଦେବେନ୍ଦ୍ର ନାୟକଙ୍କ ଦ୍ବାରା ନିର୍ବାଚନ ପରିଚାଳନା କରିଥିଲେ। ନିର୍ବାଚନ ରେ ଜିତିବା ପରେ ପୁଣି ଟାଲି ଅଖଣ୍ଡ କ୍ଷମତାର ଅଧିକାରୀ ହୋଇଗଲେ।

ମୁଖ୍ୟମନ୍ତ୍ରୀ  ମହିଳା କାର୍ଡ‌ରେ ଦଳୀୟ ମୁଖପାତ୍ର ସୁଲତା ଦେଓ ଓ ସୁଲୋଚନା ଦାସଙ୍କୁ ଏଠାରେ ବିଚାର କରିପାରନ୍ତି େବାଲି େଗାଟିଏ ମହଲ ଚର୍ଚ୍ଚା କରୁଛନ୍ତି।  ବିଜେଡ଼ି ରାଜ୍ୟ ସମ୍ପାଦକ ବିଜୟ ନାୟକଙ୍କ ବରୀ ପ୍ରତି ଆକର୍ଷଣ ବିଧାୟକଙ୍କ ସମର୍ଥକଙ୍କ ମଧ୍ୟରେ ଭୟ ସଂଚାର କରିଛି। ଅପରପକ୍ଷରେ ପୁରୁଖା ନେତା ଶ୍ରୀକାନ୍ତ ଜେନାଙ୍କୁ କଂଗ୍ରେସରୁ ବହିଷ୍କାର କରିବା ପରେ ବରୀରେ ଯୁବ ନେତା ରମେଶ ଜେନାଙ୍କ ଦବଦବା ପୂର୍ବାପେକ୍ଷା ବଢିଛି। କଂଗ୍ରେସ ଶିବିର ଶକ୍ତିଶାଳୀ ହେବା ଘଟଣା ମଧ୍ୟ ଉଭୟ ଦେବାଶିଷ ଓ ବିେଜପିକୁ ଯାଇଥିବା ବିଶ୍ବରଂଜନ ମଲ୍ଲିକଙ୍କ ଶିବିର ପାଇଁ ଚିନ୍ତାର କାରଣ ହୋଇଛି।

ବିଜେପି ଯୁବ ନେତା ବିଶ୍ବଙ୍କ ଟିମ୍ ଏଥି ମଧ୍ୟରେ ବରୀ ପଞ୍ଚାୟତ ସମିତି ଦଖଲ କରିବା ସହିତ ବିଜେପିରେ ସାମିଲ ହୋଇଛନ୍ତି। ବିଶ୍ବ ଏଥର ବିଧାନସଭା ପ୍ରାର୍ଥୀ େହବେ ବୋଲି ଦଳ ପ୍ରାୟ ଘୋଷଣା କରିସାରିଲେଣି। ଯାହାକୁ ନେଇ ଅନ୍ୟତମ ଆଶାୟୀ ବିଜେପି ପୂର୍ବତନ ଜିଲ୍ଲା ସଭାପତି ତଥା ଓବିସି ସେଲର ରାଜ୍ୟ ଉପସଭାପତି ଆଶୁତୋଷ ପରିଡ଼ା ଓ ତାଙ୍କ ସମର୍ଥକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ତେବେ ଦେବାଶିଷ  ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିବାର ସହିତ ସମ୍ପର୍କ ରଖିଥିବାରୁ ତାଙ୍କୁ ହଟାଇବାକୁ ‌ଉଦ୍ୟମ କରୁଥିବା ନେତାମାନେ କେତେ ସଫଳ ହେଉଛନ୍ତି! ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ।

(ବରୀ) ୨୦୧୪ ନିର୍ବାଚନ ଫଳାଫଳ

ବିଜେଡି     ଦେବାଶିଷ ନାୟକ     ୫୯, ୮୦୦
ସ୍ବାଧୀନ     ବିଶ୍ବରଂଜନ ମଲ୍ଲିକ     ୫୨, ୬୨୭
ବିଜେପି     ନୀଳମଣି ସାମଲ      ୯, ୧୮୩
କଂଗ୍ରେସ    ଗଗନ ଜେନା          ୭, ୬୮୨

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe