ରାମଚନ୍ଦ୍ରପୁରରେ ବ୍ୟାଟେରି ଚୋରି ର‍୍ୟାକେଟ୍‌ :୭ ଅଟକ, ୧୦ ବ୍ୟାଟେରି ଜବତ

Advertisment
ରାମଚନ୍ଦ୍ରପୁରରେ ବ୍ୟାଟେରି ଚୋରି ର‍୍ୟାକେଟ୍‌ :୭ ଅଟକ, ୧୦ ବ୍ୟାଟେରି ଜବତ

ଆନନ୍ଦପୁର: ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ବ୍ୟାଟେରୀ ଚୋରି ର‍୍ୟାକେଟ୍‌ର ପର୍ଦ୍ଦାଫାସ୍‌ ହୋଇଛି। ପୁଲିସ୍‌ର ତନାଘନାପରେ ୧୦ ଟି ବ୍ୟାଟେରି ଉଦ୍ଧାର ହୋଇଥିବାବେଳେ ୬ଜଣଙ୍କୁ ପୁଲିସ୍‌ ଅଟକ ରଖିଛି।
ସୂଚନାଯୋଗ୍ୟ ଯେ ଜାତୀୟ ରାଜପଥ କଡରେ ରହିଥିବା ଟ୍ରକଗୁଡ଼ିକରୁ କ୍ରମାଗତଭାବେ ବ୍ୟାଟେରି ଚୋରି ହେଉଥିଲା। ଏପରିକି ମାଲିକଙ୍କ ଘର ଆଗରେ ରହିଥିବା ଟ୍ରକଗୁଡ଼ିକରୁ କୌଶଳକ୍ରମେ ବ୍ୟାଟେରିକୁ ଚୋରି କରି ନେଉଥିବା ମଧ୍ୟ ଅଭିଯୋଗ ହୋଇଛି। ଏଭଳି ପରିସ୍ଥିତିରେ ଲୋକମାନଙ୍କଠାରୁ ଖବରପାଇ ଆନନ୍ଦପୁର ଏସ୍‌ଡିପିଓ ମହେଶ୍ୱର ସେଠୀଙ୍କ ନେତୃତ୍ଵରେ ଗତକାଲି ରାତିରେ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ପନାସିଆ ଗ୍ରାମରେ ଚଢ଼ଉ କରିଥିଲେ। ପୁଲିସ୍‌ ପକ୍ଷରୁ ଏନେଇ ଅଧିକ ତଦନ୍ତ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe