ଆଜି ମା’ ବିରଜାଙ୍କ ଜନ୍ମୋତ୍ସବ: ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ସମ୍ଭାବନା

Advertisment
ଆଜି ମା’ ବିରଜାଙ୍କ ଜନ୍ମୋତ୍ସବ: ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ସମ୍ଭାବନା

ଯାଜପୁରସଦର: ଆଜି ତ୍ରିବେଣୀ ଅମାବାସ୍ୟା। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ସ୍ୱନକ୍ଷତ୍ର(ଜନ୍ମୋତ୍ସବ) ପାଳନ ହେବ। ପରମ୍ପରା ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ବେଳେ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବ୍ରାହ୍ମମୁହୂର୍ତ୍ତରେ ଦେବୀଙ୍କ ନିତ୍ୟସ୍ନାନ ଓ ବେଶ କାର୍ଯ୍ୟ ସରିବା ପରେ ୭.୫୭ ମିନିଟରେ ଦେବୀଙ୍କୁ ସ୍ୱନକ୍ଷତ୍ର ମହାସ୍ନାନ କରାଯିବ। ସ୍ନାନ ପରେ ଚନ୍ଦନ ବେଶ, ସାବିତ୍ରୀ ବେଶ ଓ ଅଳଙ୍କାର ବେଶ ଅନୁଷ୍ଠିତ ହେବ। ଏହା ପରେ ସିଂହାସନ ଉପରେ ଷୋଡ଼ଶୋପଚାର ପୂଜାବିଧି ଆରମ୍ଭ କରାଯିବା ସହ ମା’ଙ୍କର ସାବିତ୍ରୀ ବେଶ କରାଯିବ। ପ‌ରେ ସ୍ୱତନ୍ତ୍ର ନୀତି ଲାଗି କରାଯିବା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯିବ।

ଏହି ଯଜ୍ଞକାର୍ଯ୍ୟ ସରିବା ପରେ ପୂର୍ଣ୍ଣାହୁତି, ଆରତି ଓ ଘଟ ବିସର୍ଜନ କରାଯିବ। ମା’ଙ୍କ ଦର୍ଶନ ପାଇଁ ଆଜି ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମନ୍ଦିରକୁ ଫୁଲ ଓ ଆଲୋକରେ ସଜେଇ ଦିଆଯାଇଛି। ସଂଧ୍ୟ‌ାରେ ମନ୍ଦିର ପ୍ରାଙ୍ଗଣରେ ଭଜନ ସମାରୋହ ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe