ପୁଲିସ୍‌ ଉପରେ ଗାଡ଼ି ଚଢ଼ାଇବା ଉଦ୍ୟମ: ବିଜେଡି ନେତା ଗିରଫ୍‌

Advertisment
ପୁଲିସ୍‌ ଉପରେ ଗାଡ଼ି ଚଢ଼ାଇବା ଉଦ୍ୟମ: ବିଜେଡି ନେତା ଗିରଫ୍‌

ଛତିଆ/ଟାଙ୍ଗୀ : ଯାଜପୁର ଜିଲ୍ଲାରେ ଶାସକ ବିଜେଡି ଦଳର କର୍ମୀ ଓ ନେତା ସବୁ ସୀମା ସରହଦ ଡେଇଁ ଗଲେଣି। ବିଜେଡି ନେତାଙ୍କ ଡ୍ରାଇଭର ଖୋଦ୍‌ ଜିଲ୍ଲାପାଳଙ୍କୁ ନାଲି ଆଖି ଦେଖାଇଥିବା ବେଳେ ବାଲି ମାଫିଆମାନେ ଯାଜପୁର ତହସିଲଦାରଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରିବାକୁ ଧମକ ଦେଇଥିଲେ। ଆଜି ସେମିତି ଗାଡ଼ି ମୋଟର ଯାଞ୍ଚ ବେଳେ ଜଣେ ବିଜେଡି ନେତା ପୁଲିସ ଅଧିକାରୀଙ୍କୁ ଉପରେ ଗାଡ଼ି ଚଢ଼ାଇ ଦେବାକୁ ଉଦ୍ୟମ କରିଛନ୍ତି। ଏହି ଘଟଣା ସମଗ୍ର ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ପୁଲିସ ସଂପୃକ୍ତ ବିଜେଡି ନେତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଯାଜପୁର ଏସ୍‌ପିଙ୍କ ନିର୍ଦେଶ କ୍ରମେ ସାରା ଜିଲ୍ଲାରେ ପୁଲିସ୍‌ ପକ୍ଷରୁ ଗାଡ଼ିମୋଟର ଯାଞ୍ଚ କରାଯାଉଥିଲା। ବୈରୀ ପୁଲିସ୍‌ ତରଫରୁ ବୈରୀ ଥାନା ପାଖରେ ଛତିଆ କଳକଳା ରାସ୍ତାରେ ଯାଞ୍ଚ ଚାଲିଥିଲା। କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ସଫା ଗ୍ରାମର କୃଷ୍ଣଚନ୍ଦ୍ର ପାଣ୍ଡବଙ୍କ ପୁଅ ତଥା ସଫା ପଞ୍ଚାୟତର ବିଜେଡି ନେତା ପୂର୍ବତନ ସମିତି ସଭ୍ୟ ନିବାସ ପାଣ୍ଡବ ତାଙ୍କ ବଜାଜ ଡିସ୍‌କଭର (ଓଡି.୦୫ଏ.୭୨୧୮) ବାଇକ୍‌ରେ ଯାଜପୁର ଜିଲ୍ଲା ବୈରୀ ଅଞ୍ଚଳକୁ ଯାଇଥିଲେ। ବୈରୀ ନିକଟରେ ପୁଲିସ ନିବାସଙ୍କ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲା। ନିବାସ ବିନା ହେଲମେଟରେ ଯାଉଥିବା ବେଳେ ପୁଲିସ ଡ୍ରାଇଭିଂ ଲାଇସେନ୍ସ ମାଗିଥିଲା। ମାତ୍ର ନିବାସ ପୁଲିସକୁ ଗାଳିଗୁଲଜ କରିବା ସହ ପୁଲିସ ଉପରେ ଗାଡ଼ି ଚଢ଼ାଇ ଦେବାକୁ ଉଦ୍ୟମ କରିଥିଲା। ବୈରୀ ଥାନା ଏଏସ୍‌ଆଇ ସୟଦ ବକ୍ସଙ୍କ ଉପରେ ଗାଡ଼ି ଚଢ଼ାଇ ଦେବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ତାକୁ କାବୁ କରିନେଇଥିଲା। ନିବାସଙ୍କ ବିରୋଧରେ ପୁଲିସ ୨୧/୧୮ରେ ଏକ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି। ଜାମିନ ନାମଂଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe