ବରୀ ବିଧାୟିକାଙ୍କ ଭାଇଙ୍କ ଗାଡ଼ି ପୋଡ଼ିଦେଲେ ଦୁର୍ବୃତ୍ତ

Advertisment
ବରୀ ବିଧାୟିକାଙ୍କ ଭାଇଙ୍କ ଗାଡ଼ି ପୋଡ଼ିଦେଲେ ଦୁର୍ବୃତ୍ତ

ବରି:  ବୁଧବାର ବିଳମ୍ବିତ ରାତିରେ ବରୀ ବିଧାୟିକା ସୁନନ୍ଦା ଦାସଙ୍କ ସାନ ଭାଇ ଉଜ୍ଜଳ ଦାସଙ୍କ ୱାଗନର ଗାଡ଼ି ତାଙ୍କ ବାଡ଼ିରେ ଥିଲା ବେଳେ କେହି ଦୁର୍ବୃତ୍ତ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି।

ବିଧାୟିକାଙ୍କ ବାପ ଘର ବରୀ ବଜାର ନିକଟ ବରୀ କଳାମାଟିଆ ମୁଖ୍ୟ ରାସ୍ତା କଡ଼ରେ ଅବସ୍ଥିତ। ସବୁଦିନ ପରି ଗତ କାଲି ମଧ୍ୟ ତାଙ୍କ ସାନଭାଇ ଉଜ୍ଜଳ ଦାସ ତାଙ୍କର ଓଆର ୦୨ଏଡବ୍ଲୁ ୩୩୪୧ ୱାଗନର ଗାଡ଼ିକୁ ବାଡ଼ିରେ ରଖିଥିଲେ। ତେବେ ବିଳମ୍ବିତ ରାତିରେ ଗାଡ଼ିଟି ଜଳୁଥିବାର ଦେଖିଥିଲେ ବଜାରରେ ରାତି ଡିୟୁଟି ରେ ଥିବା ପୁଲିସ କର୍ମଚାରୀ । ତୁରନ୍ତ ଅଗ୍ନିଶମ ବାହିନୀଙ୍କୁ ଖବର ଦେବାକୁ ଯାଇ ସଫଳ ହୋଇନଥିବା ବେଳେ ଥାନାକୁ ଖବର ଦେଇଥିଲେ । ବରି ଥାନା ପକ୍ଷରୁ ଅଗ୍ନିଶ୍ରମ ବାହିନୀଙ୍କୁ ପଠାଇ ଗାଡ଼ିର ନିଆଁକୁ ଲିଭାଇଥିଲେ। ତେବେ ଗାଡ଼ିଟି କେବଳ ଇଂଜିନକୁ ବାଦ ଦେଲେ ଅବଶିଷ୍ଟ ଜଳିଯାଇଥିବା ଦେଖିବାକୁ ମିଳିଛି। ନିଆଁ ଲିଭାଇବା ପରେ ପୁଲିସ ଓ ଅଗ୍ନିଶମ ବାହିନୀର ଡକରାରେ ପରିବାର ଲୋକ ମାନେ ଉଠିଥିଲେ ବୋଲି ଉଜ୍ଜଳଙ୍କ ବଡ଼ଭାଇ ତଥା ବିଧାୟିକାଙ୍କ ବଡ଼ଭାଇ ଉଲ୍ଲାସ ଦାସଙ୍କ ଠାରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe