ପରିବେଶକୁ ନେଇ ସମସ୍ତେ ଆତ୍ମସଚେତନ ହୁଅନ୍ତୁ: ଅମର

ପରିବେଶର ଗମ୍ଭୀରତା ଲୋକେ ବୁଝିଲେଣି। ପୂର୍ବରୁ ପରିବେଶ ଜନିତ ସମସ୍ୟାକୁ ନେଇ ଲୋକେ ହେଜୁନଥିଲେ। ଏବେ କିନ୍ତୁ ସମୟ ବଦଳିଛି। ବିଗୁଡ଼ୁଥିବା ପରିବେଶ ସନ୍ତୁଳନ, ବିଶ୍ବ ତାପମାନ ବୃଦ୍ଧି ଲୋକଙ୍କୁ ଏନେଇ ଚିନ୍ତା କରିବାକୁ ବାଧ୍ୟ କରିଛି।

ଅଦ୍ୟତନ ହୋଇଛି
Amar Pattnaik

ଯାଜପୁର: ପରିବେଶର ଗମ୍ଭୀରତା ଲୋକେ ବୁଝିଲେଣି। ପୂର୍ବରୁ ପରିବେଶ ଜନିତ ସମସ୍ୟାକୁ ନେଇ ଲୋକେ ହେଜୁନଥିଲେ। ଏବେ କିନ୍ତୁ ସମୟ ବଦଳିଛି। ବିଗୁଡ଼ୁଥିବା ପରିବେଶ ସନ୍ତୁଳନ, ବିଶ୍ବ ତାପମାନ ବୃଦ୍ଧି ଲୋକଙ୍କୁ ଏନେଇ ଚିନ୍ତା କରିବାକୁ ବାଧ୍ୟ କରିଛି ବୋଲି ବଡ଼ଚଣା ବ୍ଲକ୍‌ କାଇମାଟିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ପରିବେଶ ପଞ୍ଚାୟତରେ ଯୋଗଦେଇ ବଡ଼ଚଣାର ବିଧାୟକ ଅମର କୁମାର ନାୟକ ଏଭଳି ମନ୍ତବ୍ୟ ଦେଇଛନ୍ତି। ପରିବେଶ ସମସ୍ୟା କୌଣସି ଅଞ୍ଚଳ କିମ୍ବା ଦେଶ ଭିତରେ ସୀମିତ ନାହିଁ। ସାମଗ୍ରିକ ଭାବେ ଏହାଏକ ବିଶ୍ବ ସମସ୍ୟା। ଏହାକୁ ନେଇ ସବୁଦେଶର ରାଷ୍ଟ୍ରମୁଖ୍ୟମାନେ ଚିନ୍ତା ପ୍ରକଟ କରିଛନ୍ତି।

ପ୍ରଧାନମନ୍ତ୍ରୀ ମଧ୍ୟ ଏହାକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ‘ଏକ ପେଡ଼୍‌ ମା’କେ ନାମ’ ଭଳି କାର୍ଯ୍ୟକ୍ରମ ସମ୍ପର୍କରେ ଆହ୍ବାନ ଦେଇ ଉଦାହରଣ ସୃଷ୍ଟି କରିଛନ୍ତି। ତେଣୁ ପରିବେଶ ସଜାଡ଼ିବାର ଦାୟିତ୍ବ ଆମ ନିଜ ହାତରେ ରହିଛି। ଏଥିପାଇଁ ପ୍ରତିଟି ବ୍ୟକ୍ତିନ ଆତ୍ମଚିନ୍ତନ କରିବା ସହିତ ନିଜର ପାରିପାର୍ଶ୍ବିକ ପରିବେଶକୁ ସବୁଜ, ସୁନ୍ଦର କରି ଗଢ଼ିତୋଳିବାକୁ ସେ ଆହ୍ବାନ ଦେଇଥିଲେ। ବଡ଼ଚଣା ଅଞ୍ଚଳରେ ଥିବା ପରିବେଶ ସମସ୍ୟାର ସମାଧାନ ପାଇଁ ସେ ବଦ୍ଧପରିକର। ଜଙ୍ଗଲ ସୁରକ୍ଷା, ବନ୍ୟପ୍ରାଣୀ ସୁରକ୍ଷା ଆଦି ପ୍ରସଙ୍ଗରେ ଯତ୍ନବାନ ହେବାକୁ ଶ୍ରୀ ନାୟକ କହିଥିଲେ। ପ୍ରତିଟି ବ୍ୟକ୍ତି ବା ପରିବାର ବୃକ୍ଷରୋପଣ ପାଇଁ ଆଗେଇ ଆସିବାକୁ ଏହି ଅବସରରେ ଶ୍ରୀ ନାୟକ ଆହ୍ବାନ ଦେଇଥିଲେ।

Amar Pattnaik1

‘ସମ୍ବାଦ’ର ଏହି କ୍ଲାଇମେଟ ପଞ୍ଚାୟତ ପଦକ୍ଷେପକୁ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ବଡ଼ଚଣା ବ୍ଲକ୍‌ ଅଧ୍ୟକ୍ଷା ମିନତି ସେନାପତି ଯୋଗଦେଇ ପରିବେଶକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ପ୍ରତିଟି ଗାଁ ସହରରେ ଏନେଇ ସଚେତନତାର ଆବଶ୍ୟକତା ଥିବା ଶ୍ରୀମତୀ ସେନାପତି କହିଥିଲେ। ଗଛଟିଏ ଲଗାଇଦେଇ ଛାଡ଼ିଦେଲେ ହେବନାହିଁ, ଗଛର ଯତ୍ନ ନେଇ ସେ କିପରି ମହାଦ୍ରୁମ ହେବ ସେନେଇ ପରାମର୍ଶ ଦେଇଥିଲେ।

ସମ୍ବାଦ ଯାଜପୁର ସଂସ୍କରଣର ମୁଖ୍ୟ ଗଦାଧର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପରିବେଶ ପଞ୍ଚାୟତରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ଜିଲ୍ଲା ପରିଷଦ ସଭ୍ୟ ଯତିନ୍ଦ୍ର ପ୍ରସାଦ ନାୟକ, ସରପଞ୍ଚ ବେଣୁଧର ବିଶ୍ବାଳ, ପୂର୍ବତନ ସରପଞ୍ଚ ନରହରି ସାହୁ, ସମାଜସେବୀ ଅଶୋକ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଚଣ୍ଡିଖୋଲ ସମ୍ବାଦ ପ୍ରତିନିଧି ଭକ୍ତ ଚରଣ ସାହୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ବଡ଼ଚଣା ବ୍ଲକ୍‌ ସମ୍ବାଦ ସାହିତ୍ୟଘର ଶାଖା ସମ୍ପାଦିକା କାମିନୀ ନାୟକ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୋଦ କୁମାର ଜେନା, ମାମାଲି ବ୍ରହ୍ମ, ଜ୍ୟୋତ୍ସ୍ନାମୟୀ ବେହେରା, କଣ୍ଡୁରୀ ମଲ୍ଲିକ, ଦିପୁନା ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ।

Jajpur | Punascha Pruthibi

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe