ଭତ୍ତା ମାଗିବାରୁ ଗାଳି: ସରପଞ୍ଚଙ୍କ ସ୍ବାମୀ, ପିଇଓଙ୍କ ବିରୋଧରେ ମାମଲା

Advertisment
ଭତ୍ତା ମାଗିବାରୁ ଗାଳି: ସରପଞ୍ଚଙ୍କ ସ୍ବାମୀ, ପିଇଓଙ୍କ ବିରୋଧରେ ମାମଲା

ଚଣ୍ଡିଖୋଲ: ଭତ୍ତା ଟଙ୍କା ମାଗିବାରୁ ବୃଦ୍ଧବୃଦ୍ଧାଙ୍କୁ ଦୁର୍ବ୍ୟବହାର ଓ ଗାଳିଗୁଲଜ। ବଡ଼ଚଣା ବ୍ଲକ୍‌ ଅଣକା ପଞ୍ଚାୟତର ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଏଭଳି ସଂଗିନ୍‌ ଅଭିଯୋଗ ହେବା ପରେ ପୁଲିସ ଏକ ୩୭୩/୨୩ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ଅନୁସାରେ ଅଣକା ପଞ୍ଚାୟତର ଭୁଲୁକା, ଅଣକା, ମହିପୁର, ଖଡ଼ିଅଙ୍ଗ, ରାହାଳ ଓ ଦକ୍ଷିଣକୁଳ ଆଦି ଗ୍ରାମର ବହୁ ବୃଦ୍ଧବୃଦ୍ଧା ୮/୯ ମାସ ହେବ ଭତ୍ତା ଟଙ୍କା ପାଇବାରେ ଅହେତୁକ ବିଳମ୍ବ ହେଉଛି। କିଛି ହିତାଧିକାରୀ ଏନେଇ ଗତ ୧୮ ତାରିଖ ଦିନ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ଆମକୁ କେଉଁଦିନ ଭତ୍ତା ଟଙ୍କା ମିଳିବ ବୋଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ସନ୍ଧ୍ୟାରାଣୀ ମଲ୍ଲିକଙ୍କୁ ପଚାରିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର ସରପଞ୍ଚଙ୍କ ସ୍ୱାମୀ ସମରେନ୍ଦ୍ର ମହାପାତ୍ର ଏମାନଙ୍କୁ ଗାଳିଗୁଳଜ କରିଥିଲେ। ଦଳିତ ବର୍ଗର ବୃଦ୍ଧବୃଦ୍ଧାଙ୍କୁ ଜାତିଆଣ ଆକ୍ଷେପ କରିଥିଲେ। ଏଥିରେ ସେମାନେ ମର୍ମାହତ ହୋଇ ଫେରିଥିଲେ।

ଏ ସଂପର୍କରେ ହିତାଧିକାରୀ ଟଭା ଜେନା, ରବୀନ୍ଦ୍ର ଜେନା, ଜେମାମଣି ଜେନା ଓ ସତୀ ନାୟକଙ୍କ ସମେତ ଅନେକ ବୃଦ୍ଧବୃଦ୍ଧା ଆଜି ବାଲିଚନ୍ଦ୍ରପୁର ଥାନାରେ ପହଞ୍ଚି ସରପଞ୍ଚଙ୍କ ସ୍ବାମୀ ସମରେନ୍ଦ୍ର ମହାପାତ୍ର ଓ ପିଇଓ ସନ୍ଧ୍ୟାରାଣୀ ମଲ୍ଲିକଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ଏସ୍‌ଆଇ ଶଶୀଭୂଷଣ ପରିଡ଼ାଙ୍କୁ ଏହି ମାମଲାର ତଦନ୍ତ ଦାୟିତ୍ବ ଦିଆଯାଇଛି ବୋଲି ଥାନାଧିକାରୀ ପ୍ରମୋଦିନୀ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe