ନାଏବ ସରପଞ୍ଚ ନିର୍ବାଚନକୁ କେନ୍ଦ୍ର କରି ୱାର୍ଡ ସଭ୍ୟଙ୍କୁ ଅପହରଣ ଅଭିଯୋଗ

Advertisment
ନାଏବ ସରପଞ୍ଚ ନିର୍ବାଚନକୁ କେନ୍ଦ୍ର କରି ୱାର୍ଡ ସଭ୍ୟଙ୍କୁ ଅପହରଣ ଅଭିଯୋଗ

ଯାଜପୁର: ନାଏବ ସରପଞ୍ଚ ନିର୍ବାଚନକୁ କେନ୍ଦ୍ର କରି ୱାର୍ଡ ସଭ୍ୟଙ୍କୁ ଅପହରଣ ଅଭିଯୋଗ ହୋଇଛି। ଯାଜପୁର ବ୍ଲକ ପଣସା ପଞ୍ଚାୟତର ୧୨ନମ୍ବର ୱାର୍ଡ ସଭ୍ୟ ମନୋଜ ରାଉତଙ୍କୁ ପଞ୍ଚାୟତର କେତେକ ଲୋକ ଆଜି ପୂର୍ବାହ୍ନରେ ଅପହରଣ କରି ନେଇଥିବା ଅଭିଯୋଗ କରିଛନ୍ତି ମନୋଜଙ୍କ ପତ୍ନୀ ସସ୍ମିତା।

ସସ୍ମିତା କରିଥିବା ଅଭିଯୋଗ ଅନୁଯାୟୀ ସୁଶାନ୍ତ ଘଡେଇ,ରମେଶ ପାତ୍ର ଏବଂ ଭ୍ରମରବର ମହାଳିକଙ୍କ ସମେତ କେତେକ ଲୋକ ମନୋଜଙ୍କୁ ଅପହରଣ କରି ନେଇଛନ୍ତି। ଏନେଇ ମନୋଜଙ୍କ ପତ୍ନୀ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରି ତୁରନ୍ତ ତାଙ୍କ ସ୍ୱାମୀଙ୍କୁ ମୁକୁଳାଇବା ସହିତ ଅପହରଣକାରୀଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଯାଜପୁର ଟାଉନ ଥାନାର ନିଷ୍କ୍ରିୟତା ପ୍ରତିବାଦରେ ଥାନା ସମ୍ମୁଖରେ ନାରାବାଜି କରିଥିଲେ।

ସୂଚନାଯୋଗ୍ୟ, ନାଏବ ସରପଞ୍ଚ ନିର୍ବାଚନକୁ ନେଇ ଖାଲି ଯାଜପୁର ଜିଲ୍ଲାରେ ନୁହେଁ ବରଂ ବଲାଙ୍ଗୀର ଜିଲ୍ଲାରେ ବି  ଓ୍ୱାର୍ଡ ସଭ୍ୟଙ୍କୁ ଅପହରଣ ଅଭିଯୋଗ ହୋଇଛି। ଅପରଗୋଷ୍ଠୀ ଅପହରଣ କରିଥିବା ପରିବାର ପକ୍ଷରୁ  ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe