ସୁନା ଲକେଟ ପାଇ ଫେରାଇଲେ କଣ୍ଡକ୍ଟର

ହାଟରେ ୧୦ ବର୍ଷର ପିଲା ବିକ୍ରି!

Cumaps.net

ବାଲିକୁଦା: ବଡ଼ଚଣା ବ୍ଲକ୍‌ ବାଲିପଡ଼ିଆ ଗ୍ରାମର ବସ୍‌ କଣ୍ଡକ୍ଟର ରଞ୍ଜନ କୁମାର ସାମଲ ଏକ ସୁନା ଲକେଟ୍‌ ପାଇ ହଜାଇଥିବା ବ୍ୟକ୍ତିଙ୍କୁ ଫେରାଇ ଦେଇଛନ୍ତି। ହଜିଯାଇଥିବା ସୁନା ଲକେଟ୍‌ଟି ଫେରି ପାଇବା ପରେ ଏହାର ମାଲିକ ରଇପୁର ଗ୍ରାମର ଦିଲୀପ ତରାଇ ରଞ୍ଜନଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସୂଚନାନୁସାରେ ଗତ ୨୬ ତାରିଖରେ ଦିଲୀପଙ୍କ ନାତୁଣୀ ଲିପି(୨ବର୍ଷ) ପରିବାର ସହ ମା’ ତାରିଣୀ ବସ୍‌ରେ କଟକ ଯାଉଥିଲା। ଏହି ସମୟରେ କୁନି ଝିଅଟି ବେକରୁ ସୁନା ଲକେଟ୍‌ଟି (ଯାହାର ଦାମ ପ୍ରାୟ ୬ ହଜାର ଟଙ୍କା) ଖସି ପଡ଼ିଥିଲା। କଟକରେ ସମସ୍ତ ଯାତ୍ରୀ ଓହ୍ଲାଇଯିବା ପରେ ବସ୍‌ରେ ପଡ଼ିଥିବା ସୁନା ଲକେଟ୍‌ଟିକୁ କଣ୍ଡକ୍ଟର ରଞ୍ଜନ ଦେଖିଥିଲେ। ଏହାକୁ ନିଜ ପାଖରେ ରଖିବା ସହ ବିଭିନ୍ନ ଲୋକଙ୍କ ସହ ଯୋଗାଯୋଗ କରିଥିଲେ। ଖବର ପାଇ ଦିଲୀପ ପରେ ରଞ୍ଜନଙ୍କ ସହ ଯୋଗାଯୋଗ କରି ଲକେଟ୍‌ଟିକୁ ଆଣିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe