ଦାବି ପୂରଣ ନ​ହେଲେ ଅସହଯୋଗ, ଭୋଟ ବର୍ଜନ କରିବେ ଠିକା କର୍ମଚାରୀ

ଦାବି ପୂରଣ ନ​ହେଲେ ଅସହଯୋଗ, ଭୋଟ ବର୍ଜନ କରିବେ ଠିକା କର୍ମଚାରୀ

ଯାଜପୁରସଦର: ଦାବି ପୂରଣ ନହେଲେ ଅସହଯୋଗ ସହିତ ଭୋଟ୍‌ ବର୍ଜନ କରିବେ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଠିକା କର୍ମଚାରୀମ‌ାନେ ଚେତାବନୀ ଦେଇଛନ୍ତି। ଆଜିଠାରୁ ସେମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରେ ଅସହଯୋଗ କରି ପୂର୍ବର ଦାବିଗୁଡ଼ିକୁ ଦୋହରାଇଛନ୍ତି। ବିଭାଗ‌ୀୟ ବିଭିନ୍ନ କାର୍ଯ୍ୟ ପାଇଁ ଏହି ଠିକା କର୍ମଚାରୀମାନଙ୍କୁ ଏନ୍‌ଆର୍‌ଏଚ୍‌ଏମ୍ ଓ ଅନ୍ୟାନ୍ୟ ବିଭାଗ ଜରିଆରେ ନିଯୁକ୍ତି ଦିଆଯାଇଥିଲା। ସେମାନେ କରୋନା ସମୟରେ ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟ କରିଥିଲେ। ସେତେବେଳେ ସେମାନଙ୍କ ଅକୁଣ୍ଠ ସହଯୋଗ ପାଇଁ ସରକାର ସ୍ଥାୟୀ କର୍ମଚାରୀ ଭାବେ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଗତ କିଛିଦିନ ତଳେ ସରକାର ଅନ୍ୟାନ୍ୟ ବିଭିନ୍ନ ଶ୍ରେଣୀର କର୍ମଚାରୀଙ୍କ ଦାବି ପୂରଣ କରିଛନ୍ତି। ହେଲେ ସେମାନଙ୍କୁ ଅଣଦେଖା କରାଯାଇଥିବାରୁ ଠିକା ସ୍ବାସ୍ଥ୍ୟ କର୍ମଚାରୀମାନେ ନିରାଶ ହୋଇଛନ୍ତି।

ଏହାର ପ୍ରତିବାଦରେ ଆଜି ଜିଲ୍ଲା ସ୍ବାସ୍ଥ୍ୟ ଠିକା କର୍ମଚାରୀ ସଂଘ ପକ୍ଷରୁ ଅସହଯୋଗ ଆନ୍ଦୋଳନ କରାଯାଇଛି। ଫଳ‌‌ରେ ଟିକାକରଣ, ଔଷଧ ବିତରଣ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସହାୟତା, ଟିବି ଓ ବାୟୁବାହିତ ରୋଗର ନିରାକରଣ, ମାନସିକ ରୋଗ ବିଭାଗର ସେବା, ଆଶା କର୍ମଚାରୀଙ୍କ ପାରିଶ୍ରମିକ ପ୍ରଦାନ, ନୂଆ ପ୍ରକଳ୍ପ ନିର୍ମାଣର ବିଲ୍‌ ପ୍ରସ୍ତୁତ ଆଦି ବିଭିନ୍ନ କାର୍ଯ୍ୟ ପ୍ରଭାବିତ ହୋଇଛି। ଏହି କର୍ମଚାରୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲା ସଭାପତି ବିନୋଦ ବିହାରୀ ସାହୁ, ଲକ୍ଷ୍ମୀଧର ମହାପାତ୍ର, ଶୁଭ୍ରଜିତ ପୃଷ୍ଟି, ଲୋପାମୁଦ୍ରା ଦାସ ମହାପାତ୍ର, ସୌମ୍ୟରଂଜନ ନନ୍ଦ, ପ୍ରଦୀପ ବେହେରା, ଆଶିଷ ନାୟକଙ୍କ ସମେତ ସମସ୍ତ ଠିକା କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe