ବନ୍ଧ ଉପରେ ରୋ​ଷେଇ, ଜରିପାଲ ତଳେ ରାତ୍ରିଯାପନ

ବନ୍ଧ ଉପରେ ରୋ​ଷେଇ, ଜରିପାଲ ତଳେ ରାତ୍ରିଯାପନ

ବ୍ରହ୍ମବରଦା: ବ୍ରାହ୍ମଣୀରେ ବନ୍ୟାପାଣି ଆସିବା ପରେ ଯାଜପୁର ବ୍ଲକ ଝାଲପଡ଼ା ପଞ୍ଚାୟତର ସାନବାଗସାହି ଓ ଝାଲପଡ଼ା ଗ୍ରାମର ଶତାଧିକ ନଦୀକୂଳିଆ ପରିବାର ନଦୀବନ୍ଧରେ ଆଶ୍ରୟ ନେଇଛନ୍ତି। ଗତକାଲି ଶତାଧିକ ପରିବାର ପିଲାଛୁଆ ଧରି ବନ୍ଧରେ ରାତ୍ରିଯାପନ କରିଥିବାବେଳେ ଆଜି ଅନେକ ପରିବାର ରୋଷେଇ କରିଛନ୍ତି। ୧୦ ପରିବାର ଗତକାଲିଠାରୁ ନଦୀବନ୍ଧ ଓ ସାନବାଗସାହି ବିଦ୍ୟାଳୟରେ ପଡ଼ି ରହିଛନ୍ତି।

ସେହିପରି ଝାଲପଡ଼ା ଗ୍ରାମର ୧୫ ନମ୍ବର ୱାର୍ଡର ୧୬ ପରିବାର ନଦୀବନ୍ଧରେ ଗତକାଲିଠାରୁ ରହିଥିଲେ ମଧ୍ୟ ଖାଦ୍ୟପାନୀୟ ଯୋଗାଡ଼ କରିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ରସୁଲପୁର ବ୍ଲକ ବନ୍ଧଡିହ ପଞ୍ଚାୟତ କଣ୍ତିଆ ସାହିଠାରେ ଘେରିବନ୍ଧ ଭାଙ୍ଗିଯିବାରୁ ୪୦ରୁ ଊର୍ଦ୍ଧ୍ବ ପରିବାର ଏବେ ବନ୍ଧ ଉପରେ ଓ ଆଉ କେତେକ ସ୍କୁଲ ପରିସରରେ ରହିଛନ୍ତି। ଗତକାଲି କୌଣସି ଖାଦ୍ୟ ମିଳି ନଥିଲା। ଆଜି ମଧ୍ୟାହ୍ନରେ ରୋଷେଇ ଖାଦ୍ୟ ଦିଆଯାଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe