ଯାଜପୁର ଖଣିଅଞ୍ଚଳରେ ପ୍ରଥମ କରୋନା ମୃତ୍ୟୁ

Advertisment
ରାଜ୍ୟରେ ଏବେ ୧% ଚିକିତ୍ସାଧୀନ ରୋଗୀ

BusinessDay

କାଳିଆପାଣି  : କାଳିଆପାଣି ଖଣିଅଞ୍ଚଳରେ କରୋନା ଜନିତ ପ୍ରଥମ ମୃତ୍ୟୁ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ ହୋଇଛି। ମୃତକ ଜଣକ ଚିଙ୍ଗୁଡ଼ିପାଳ ପଞ୍ଚାୟତ ଅନ୍ତର୍ଗତ ପାଟଣା ମୌଜାର ସୁକଦେବ ପ୍ରଧାନଙ୍କ ପୁଅ ଚୈତନ୍ୟ ପ୍ରଧାନ(୩୬) ‌ବୋଲି ସୂଚନା ମିଳିଛି। ସେ କାଳିଆପାଣି ଓଏମ୍‌ସି ଦକ୍ଷିଣ କାଳିଆପାଣି କ୍ରୋମାଇଟ୍‌ ଖଣିରେ ଲୋଡିଂ ଲେବର ଭାବେ କାମ କରୁଥିଲେ। ଏଥିସହ ସୁକିନ୍ଦା ବ୍ଲକରେ କରୋନା ମୃତକଙ୍କ ସଂଖ୍ୟା ୫ ବୋଲି ସାଧାରଣ ସ୍ବାସ୍ଥ୍ୟ ଅଧିକାରୀ(ପିଏଚ୍‌ଇଓ) ରଶ୍ମୀପ୍ରଭା ଖଟୁଆ ସୂଚନା ଦେଇଛନ୍ତି। ପୂର୍ବରୁ ହାତୀବାରି ପଞ୍ଚାୟତରୁ ୨ ଜଣ ଏବଂ ଓଳିଆ ଓ ବର୍ତଣ୍ଡା ପଞ୍ଚାୟତରୁ ଜଣେ ଲେଖାଏଁ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିଲା।

ଖଣିଅଞ୍ଚଳର ଭୂମିପୁତ୍ର ଚୈତନ୍ୟ ପ୍ରଧାନ କିଛିଦିନ ତଳେ ଜରରେ ଆକ୍ରାନ୍ତ ହୋଇ କାମାକ୍ଷାନଗର‌ରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ପୁଣି ସ୍ବ‌ାସ୍ଥ୍ୟାବସ୍ଥା ଗୁରୁତର ଜାଣି ୧୮ ତାରିଖରେ ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ପରଦିନ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। କରୋନା ଆକ୍ରାନ୍ତ ଭାବେ ସେ କଟକର ଏକ କୋଡିଡ୍ ହସପିଟାଲରେ ଭର୍ତି ହୋଇଥିଲେ। ଗତକାଲି ବିଳମ୍ବିତ ରାତି ତାଙ୍କର ମୃତ୍ୟୁ ହୋଇଥିଲା। ଶବ ହସ୍ତାନ୍ତର ପାଇଁ ପରିବାର ଲୋକଙ୍କୁ ବାରଣ କରାଯାଇଥିଲା। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଟକରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ସ୍ବର୍ଗତ ପ୍ରଧାନଙ୍କ ମୃତ୍ୟୁରେ ତାଙ୍କ ପତ୍ନୀ ଓ ୪ ବର୍ଷର ଜଣେ ଶିଶୁ କନ୍ୟା ଏବେ ବେସାହାରା ହୋଇପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe