କୁମ୍ଭୀର ଆତଙ୍କ: ନଦୀକୂଳରୁ ମହିଳାଙ୍କୁ ଝାମ୍ପିନେଲା କୁମ୍ଭୀର, ଏଯାଏଁ ମିଳୁନି ପତ୍ତା…

New Project

ଯାଜପୁର/ବରୀ: ଯାଜପୁର ଜିଲ୍ଲାର ଜଣେ ମହିଳାଙ୍କୁ ଆଜି ଏକ କୁମ୍ଭୀର ଖରସ୍ରୋତା ନଦୀ ଭିତରକୁ ଟାଣିନେଇଛି। ମହିଳା ଜଣକ ହେଉଛନ୍ତି ବରୀ ବ୍ଲକ୍‌ ବୋଦୁଅ ପଞ୍ଚାୟତ କନ୍ତିଆ ଗ୍ରାମର ସୌଦାମିନୀ ମହଲା(୫୭)। ସୂଚନା ମୁତାବକ ସୌଦାମିନୀ ଆଜି ଅପରାହ୍ଣରେ ନଦୀ କୂଳକୁ ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ସେଠାରେ ତାଙ୍କୁ ଏକ କୁମ୍ଭୀର ଝାମ୍ପି ନେଇଥିଲା । ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ନଦୀ କୂଳରେ ପହଞ୍ଚି ହୋହଲ୍ଲା କରିଥିଲେ। ହେଲେ କୁମ୍ଭୀର ସୌଦାମିନୀଙ୍କୁ ନଦୀ ଭିତରକୁ ଟାଣି ନେଇଥିଲା। କୁମ୍ଭୀର ସୌଦାମିନୀଙ୍କୁ ବୁଡ଼ାଇ ମାରୁଥିବା ଦୃଶ୍ୟ ଦେଖଣାହାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। 

କୁମ୍ଭୀର ମୁହଁରୁ କେହି ସୌଦାମିନୀଙ୍କୁ ବଞ୍ଚାଇବାକୁ ସାହସ ଜୁଟାଇ ପାରିନଥିଲେ। ଜିଲ୍ଲାର ବିଭିନ୍ନ ନଦୀରେ ଏବେ ପାଣି କମ୍‌ ଥିଲେ ମଧ୍ୟ କୁମ୍ଭୀରମାନଙ୍କ ଆତଙ୍କ ଦେଖାଦେଇଛି। ଫଳରେ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ନଦୀ ଭିତରକୁ ନଯିବାକୁ ସଚେତନ କରାଯାଉଥିଲେ ମଧ୍ୟ ନଦୀକୂଳିଆ ଲୋକଙ୍କ ଅସାବଧାନତା ତଥା ଜୀବନଜୀବିକା ପାଇଁ ନଦୀ ଉପରେ ନିର୍ଭର କରୁଥିବା ବେଳେ ଏଭଳି ପରିସ୍ଥିତିର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ତେବେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି। ଖବର ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ସୌଦାମିନୀଙ୍କ ପତ୍ତା ମିଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe