ବିରୁପା ନଦୀରେ ଲୁଗା ସଫା କରୁଥିଲେ ମହିଳା: ଟାଣି ଖାଇଦେଲା କୁମ୍ଭୀର

ଭିତରକନିକାରେ ୧୭୯୩, ସାତକୋଶିଆରେ ୯୦ କୁମ୍ଭୀର

Club of Mozambique

ବରୀ: ଯାଜପୁର ଜିଲ୍ଲା ବରୀ ଆମଠପୁରରେ ଆଜି ସକାଳେ ଏକ ଅଘଟଣ ଘଟିଛି। ବିରୁପା ନଦୀରେ ଜଣେ ମହିଳା ନଦୀରେ ଲୁଗା ସଫା କରୁଥିବା ବେଳେ ତାଙ୍କୁ ଟାଣି ଖାଇଦେଇଛି କୁମ୍ଭୀର।
ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ବରୀ ବ୍ଲକ ଆମଠପୁର ପଞ୍ଚାୟତ ଅନ୍ତର୍ଗତ ପାଲଟପୁର ଗ୍ରାମର ଅନାମ ଜେନାଙ୍କ ପତ୍ନୀ ଜ୍ୟୋତ୍ସ୍ନା ଜେନାଙ୍କୁ ବିରୂପା ନଦୀରେ ଟାଣିନେଇ ଖାଇଦେଇଛି କୁମ୍ଭୀର। ଜ୍ୟୋତ୍ସ୍ନା ନଦୀକୁ ଲୁଗା ସଫା ପାଇଁ ଯାଇଥିବା ବେଳେ କୁମ୍ଭୀର ଟାଣି ନେଇଥିଲା। ପରେ ଅଗ୍ନିଶମ ବାହିନୀ ପହଞ୍ଚିବା ବେଳକୁ କୁମ୍ଭୀର ପୁରା ଶରୀର ଖାଇ ଦେଇଥିବା ବେଳେ କେବଳ ବାମ ପଟ ଗୋଡ଼କୁ ଛାଡ଼ି ଦେଇଥିଲା। ତେବେ ଏହି ଅଞ୍ଚଳରେ ଜଳର ସୁବିଧା ନ ଥିବାରୁ ଶହଶହ ଲୋକ ବିରୁପା ନଦୀ ଉପରେ ନିର୍ଭର କରନ୍ତି। ତେବେ ପୁରା ଦୃଶ୍ୟକୁ ଶହ ଶହ ଲୋକ ଦେଖି ଆବାକ ହୋଇଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe