କେନ୍ଦ୍ରାପଡ଼ା ପରେ ଏବେ ଯାଜପୁର ଜିଲ୍ଲାରେ ମାତିଛି କୁମ୍ଭୀର: ଲୋକେ ଆତଙ୍କିତ

କେନ୍ଦ୍ରାପଡ଼ା ପରେ ଏବେ ଯାଜପୁର ଜିଲ୍ଲାରେ ମାତିଛି କୁମ୍ଭୀର: ଲୋକେ ଆତଙ୍କିତ

Black Belt Magazine

ଦଶରଥପୁର/ଅହିୟାସ: କେନ୍ଦ୍ରାପଡ଼ା ପରେ ଏବେ ଯାଜପୁର ଜିଲ୍ଲାରେ ମାତିଛି କୁମ୍ଭୀର। ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍‌ ଦତ୍ତପୁର ପଞ୍ଚାୟତ ଦେୱାନପାଟଣା ଗ୍ରାମର ଶୁକଦେବ ଦାସଙ୍କ ବାଛୁରୀକୁ ବୈତରଣୀ ନଦୀରେ କୁମ୍ଭୀର ଟାଣି ନେଇଥିଲା। ସ୍ଥାନୀୟ ଲୋକେ ଭୁଟୁଭୁଟି ନେଇ ଆହତ ବାଛୁରୀକୁ ନଦୀରୁ ଉଦ୍ଧାର କରିଥିଲେ। ପ୍ରକାଶ ଯେ, ନଦୀବନ୍ଧ ଆରପାଖ ପଡ଼ିଆରେ ସ୍ଥାନୀୟ ଅଞ୍ଚଳର ଗୋରୁଗାଈ ଚରିଥାନ୍ତି। ଏହି ପଡ଼ିଆରୁ ଗୋରୁଗାଈ ଫେରିବା ସମୟରେ ଦେୱାନିପାଟଣା ଗ୍ରାମର(ଗଡ଼ା ମାହାରା)ରୁ ଏକ ବାଛୁରୀ ବୈତରଣୀ ନଦୀରେ କିଛିବାଟ ଭାସିଯାଇ ତିନିମୁହାଣିରେ ପହଞ୍ଚି ଥିଲା। ସେଠାରେ ଥିବା ଏକ କୁମ୍ଭୀର ବାଛୁରୀଟିକୁ ପାଣିକୁ ଟାଣି ନେଇଥିଲା। କୁମ୍ଭୀର ଆକ୍ରମଣରେ ବାଛୁରୀଟି ଆହତ ହୋଇଛି। ବାଛୁରୀକୁ କୁମ୍ଭୀର ଆକ୍ରମଣ ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

ସୂଚନା ଅନୁଯାୟୀ, ପୂର୍ବରୁ କୁମ୍ଭୀର କୟାଁଗୋଲା, ଦତ୍ତପୁର ଅଞ୍ଚଳରେ ବାରମ୍ବାର ଆକ୍ରମଣ କରି ୧୫ରୁ ଅଧିକ ଗାଈ, ବାଛୁରୀ ଓ ଛେଳି ଆଦି ମାରି ସାରିଲାଣି। ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ଉଲ୍ଲେଖଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଓ  ପଟ୍ଟାମୁଣ୍ଡାଇ ଅଞ୍ଚଳରେ କୁମ୍ଭୀର ଆତଙ୍କ ଖେଳାଇଛି। କିଛି ଦିନ ତଳେ  ପଟ୍ଟାମୁଣ୍ଡାଇ ବ୍ଲକ୍‌ ଧୋୟାଞ୍ଚଳ ପେଣ୍ଠପାଳ ପଞ୍ଚାୟତ କୂଳସାହି ଗ୍ରାମରେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ ଅମୂଲ୍ୟ ଦାସ ଓରଫ ଟିକିଲି ବାବା। ତାଙ୍କ ମୁଣ୍ଡ ଆଜି କୂଳସାହି ପ୍ରାଥମିକ ବିଦ୍ୟାଳୟ ବ୍ରାହ୍ମଣୀ ନଦୀ ପଠାରୁ ଉଦ୍ଧାର କରାଯାଇଥିଲା।

ଆତଙ୍କ ସାଜିଛନ୍ତି କୁମ୍ଭୀର। ଘର ବାଡ଼ିପଟସ୍ଥିତ ପୋଖରୀ କୂଳରେ ବସି ବାସନ ସଫା କରୁଥିବା ବେଳେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଫରେଷ୍ଟ ଡିଭିଜନ ଅନ୍ତର୍ଗତ ଚାନ୍ଦିବାଉଁଶମୂଳ ପଂଚାୟତ ହାତିଆଗଡ଼ି ଗାଁରେ ଏହି ଅଭବାନୀୟ ଘଟଣା ଘଟିଥିଲା। ମୃତ ମହିଳା ହେଲେ ସୀତା ଦାସ (୪୨)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe