ଲୋକଙ୍କୁ ବିପଦ ପରିତ୍ୟକ୍ତ ଅଚଳ ମୋବାଇଲ ଟାୱାର

ଲୋକଙ୍କୁ ବିପଦ ପରିତ୍ୟକ୍ତ ଅଚଳ ମୋବାଇଲ ଟାୱାର

ବ୍ୟାସନଗର: ସେବା ଅବଧି ସରିଯାଇଛି। ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି ମୋବାଇଲ ଟାୱାର। ଏହା ଲୋକଙ୍କ ଧନଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ବହୁବର୍ଷ ଧରି ପରିତ୍ୟକ୍ତ ଭାବେ ରହିଥିବା ଏୟାରସେଲ କମ୍ପାନିର ଏହି ଟାୱାର ସାମାନ୍ୟ ପବନ ହେଲେ ଦୋହଲୁଥିବାରୁ ଯେକୌଣସି ମୁହୂର୍ତ୍ତରେ ଭାଙ୍ଗି ପଡ଼ିବାର ଆଶଙ୍କା ଦେଖା ଦେଇଛି। ଚାନ୍ଦମା ଗ୍ରାମର ଯଦୁନାଥ ଜେନାଙ୍କ ଜମିରେ ଏୟାରସେଲ କମ୍ପାନି ୨୦୦୬ ରେ ଏକ ମୋବାଇଲ ଟାୱାର ସ୍ଥାପନ କରିଥିଲା।

ଏହି ଟାୱାରଟି ୨୦୧୮ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିଥିଲା। ଏହାପରଠାରୁ ଟାୱାରରୁ ସେବା ବନ୍ଦ ହୋଇଯାଇଥିଲା। ସେବେଠାରୁ କମ୍ପାନି ଏହାର ରକ୍ଷଣାବେକ୍ଷଣ କରୁ ନଥିବାରୁ ଲୌହ ସାମଗ୍ରୀଗୁଡ଼ିକ କଳଙ୍କି ଲାଗି ଭାଙ୍ଗିରୁଜି ଯାଇଛି। ଟାୱାରରୁ ଭଙ୍ଗା ଅଂଶ ତଳେ ପଡୁଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଜମି ମାଲିକ ଟାୱାର ଭାଙ୍ଗିବାକୁ ବାରମ୍ଵାର ନୋଟିସ ଦେଉଥିଲେ ମଧ୍ୟ କମ୍ପାନି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି। ୨୦୧୮ ପରଠାରୁ ଜମି ବାବଦ ଭଡ଼ା ଅର୍ଥ ପୈଠ କରିନଥିବାରୁ କମ୍ପାନିକୁ ଏକାଧିକ ଲିଗାଲ ନୋଟିସ କରିଥିବା ଜଣାପଡ଼ିଛି। କମ୍ପାନି ବନ୍ଦ ହୋଇଯାଇଥିବାରୁ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଟାୱାରଟିକୁ ଭାଙ୍ଗିବା ଦିଗରେ ପଦକ୍ଷେପ ନେବା ଜରୁରି ହୋଇପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe