odisha bytes
ଯାଜପୁର: ଟିଉସନ ଯାଇ ଆଉ ଘରକୁ ଫେରିଲେନି ନବମ ଶ୍ରେଣୀ ଛାତ୍ରୀ ଅମ୍ରିତା। ପୋଖରୀରୁ ମିଳିଲା ଛାତ୍ରୀଙ୍କ ମୃତଦେହ। ମୃତର କାରଣ ଅସ୍ପଷ୍ଟ।
ସୁଚନା ଅନୁଯାୟୀ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ବରିକୁଳ ଗ୍ରାମର ଅମୂଲ୍ୟ ଦାସଙ୍କ ଝିଅ ଅମ୍ରିତା ବୟସ (୧୫) ସନ୍ଧ୍ୟା ସମୟରେ ଘର ପାଖ କିଛି ଦୂରକୁ ଟିଉସନ୍ ଯାଇଥିଲେ। ହେଲେ ଟିଉସନରୁ ଆଉ ଫେରିଥିଲେ ଘରକୁ ଅମ୍ରିତା। ଘରକୁ ଆସିବା ବିଳମ୍ବ ହେବାରୁ ଘର ଲୋକେ ବୋହୂ ଖୋଜାଖୋଜି କରି ଝିଅକୁ ଆଉ ପାଇ ନଥିଲେ।
ଦୀର୍ଘ ସମୟ ପରେ ଏକ ପୋଖରୀରେ ବ୍ୟାଗ୍ ଭାସୁଥିବାର ଦେଖିବାକୁ ପାଇଥିଲେ। ପୋଖରୀ ପାଖକୁ ଯାଇ ଦେଖନ୍ତି ତ ଝିଅ ଅମ୍ରିତା ଭାସୁଥିବାର ଦେଖି ପୋଖରୀରୁ ଉଦ୍ଧାର କରି ଘର ଲୋକେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ, ଯାହାକୁ ନେଇ ଏବେ ପରିବାରରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପଟେ ସୁମିତ୍ରାକୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।
Follow Us