ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ମୃତ ନବଜାତ ଶିଶୁପୁତ୍ର ଉଦ୍ଧାର

ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ମୃତ ନବଜାତ ଶିଶୁପୁତ୍ର ଉଦ୍ଧାର

telegraphindia.com

ଯାଜପୁର: ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଏକ ନବଜାତ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର ହୋଇଛି। ମେଡ଼ିକାଲ କର୍ମଚାରୀମାନେ ତାକୁ ଉଦ୍ଧାର କରିଛନ୍ତି। ମୃତ ଶିଶୁ କାହାର ତାହା ଜଣା ପଡ଼ିନାହିଁ। ତେବେ ଗତକାଲି ରାତିରେ କିଏ ଏହାକୁ ଏଠାରେ ପକାଇ ଦେଇଥିବା ସନ୍ଦେହ କରାଯାଉଛି। ଆଜି ସକାଳୁ ମେଡିକାଲ ସଫେଇ କର୍ମଚାରୀ ଚିକିତ୍ସାଳୟ ଭିତରେ ଥିବା ରକ୍ତ ଭଣ୍ଡାର ନିକଟରେ ଏକ ନବଜାତ ଶିଶୁପୁତ୍ରର ମୃତଦେହ ଦେଖିବାକୁ ପାଇଥିଲେ।

ତେବେ ପିଲାଟି କୋଉଠୁ ଆସିଲା, ଏହି ପ୍ରସବ ମୁଖ୍ୟ ଚିକିତ୍ସାଳୟରେ ହୋଇଥିଲା ନା କେଉଁ ଘରୋଇ ମେଡିକାଲରେ ଜନ୍ମିତ ଶିଶୁକୁ ଏଠାରେ ଆଣିକି କିଏ ପକାଇଛି ତାହା ତଦନ୍ତ ସପକ୍ଷ। ଆଗାମୀ ଦିନରେ ଏହି ଚିକିତ୍ସାଳୟରେ ଯାଜପୁର ଯଯାତି କେଶରୀ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ବେଳେ ଏପରି ଅବ୍ୟବସ୍ଥା ଚିନ୍ତାର କାରଣ ହୋଇଛି। ତେବେ ମୃତ ଶିଶୁ କେଉଁଠୁ ଆସିଲା, ଆଉ ଏହି କାହିଁକି ଫୋପଡ଼ାଗଲା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏହାର ତଦନ୍ତ କରିବାର ଆବଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe