ସୁକିନ୍ଦା : ସୁକିନ୍ଦା ଥାନା ଅନ୍ତର୍ଗତ ସୁକିନ୍ଦା-ଅନୁଗୁଳ ନିର୍ମାଣାଧୀନ ରେଳପଥ କାଯ୍ୟର୍ରେ ରାତ୍ରୀ ଜଗୁଆଳ ଭାବେ ରହିଥିବା ଜଣେ ଶ୍ରମିକଙ୍କର ଗତକାଲି ରାତିରେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ବ୍ୟବଚ୍ଛେଦ ପରେ ଶ୍ରମିକଙ୍କ ମରଶରୀରକୁ ତେଲେଙ୍ଗାନା ପଠାଇ ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ରେଳପଥ ନିର୍ମାଣ କାଯ୍ୟର୍ କରୁଥିବା ବେକାମ ଇନଫ୍ରା ଠିକା କମ୍ପାନୀର ଶ୍ରମିକ ତେଲେଙ୍ଗାନା ନିରମାଲ ଜିଲ୍ଲାର କଦମ ଥାନା ଅନ୍ତର୍ଗତ ସିଙ୍ଗାପୁରମ ଗ୍ରାମର ଭୀମ ଅନ୍ନାଙ୍କ ପୁଅ ବି. ଅଞ୍ଜି କାମ କରୁଥିଲେ। ଦେଢ଼ ମାସ ପୂର୍ବରୁ ତେଲେଙ୍ଗାନା ମେହେବୁବ ନଗର ଜିଲ୍ଲା ତିମାଜିପେଟ ଥାନା ଅନ୍ତର୍ଗତ ଅମଞ୍ଚା ଗ୍ରାମର ଜି. ଜଙ୍ଗେୟା ଆଲୁଙ୍କ ପୁଅ ଗୋଲକୁଣ୍ଡା ପର୍ବାତ ଆଲୁଙ୍କର ମଧ୍ୟ ଏଠାରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଯାଇଥିଲା। ଏହି ଦୁଇ ଘଟଣାକୁ ନେଇ ସାଧାରଣରେ ସନ୍ଦେହ ଘନୀଭୂତ ହୋଇଛି । ସୁକିନ୍ଦା ଥାନା କେଶ ନଂ.୧/୧୮ ରେ ମାମଲା ରୁଜ୍ଜୁ କରି ପୁଲିସ୍ ତଦନ୍ତ ଜାରି ରଖିଛି ।
ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ
Advertisment
Follow Us