ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣାଜନିତ ମୃତ୍ୟୁ

ଚୁନା ଘାଟିରେ ସିରିଜ୍ ଦୁର୍ଘଟଣା: ଜଣେ ମୃତ, ଛଅ ଗୁରୁତର

Greater Kashmir

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି।
ବିଦ୍ୟୁତ୍ ଆଘାତରେ ଜଣେ ମୃତ
ଧର୍ମଶାଳା: ଧର୍ମଶାଳା ଥାନା ଅନ୍ତର୍ଗତ ଭଡ଼ଙ୍ଗା ଛକସ୍ଥିତ ଏକ ଢାବାର ଜଣେ କର୍ମଚାରୀଙ୍କର ଗତକାଲି ରାତିରେ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜେନାପୁର ଥାନା ଅନ୍ତର୍ଗତ ଗଡ଼ମଧୁପୁର ଗ୍ରାମର ପଦ୍ମନାଭ ମଲିକ (୪୫)। ଗତ ଶନିବାର ରାତିରେ ସେ ଭଡ଼ଙ୍ଗାସ୍ଥିତ ଢାବାରେ କାମ କରୁଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ। ଢାବାର ଅନ୍ୟ କର୍ମଚାରୀ ତାଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଧର୍ମଶାଳା ପୁଲିସ ୨୯/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
ଗଛକୁ ପିଟିଲା କାର୍, ଜଣେ ମୃତ
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଅନ୍ତର୍ଗତ ଜାରିଂ ନିକଟରେ ଏକ କାର୍ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଛି। ଏଥିରେ ଥିବା କର୍ଲାମୁଣ୍ଡା ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀ ବିଭୂତି ଭୂଷଣ ଗୁରୁତର ହୋଇଥିଲେ। ତାଙ୍କୁ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ
ତୁଷୁରା/ଗୁଡ଼ଭେଲା: ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ ତୁଷୁରା ଥାନା ଦେଉଳଗୁଡ଼ି ରାସ୍ତାରେ ଏକ ଅଜଣା ଗାଡ଼ି ଧକ୍କାରେ ଦେଉଳଗୁଡ଼ି ଗ୍ରାମର ପଙ୍କଜ ଚନ୍ଦନ (୪୮)ଙ୍କ ମୃତ୍ୟୁ ଘଟିଛି। ପଙ୍କଜ ଏକ ବାଇକ୍ରେ ନିଜ ଘର ଦେଉଳଗୁଡ଼ିକୁ ଡାହିମାଲ ଦେଇ ଫେରୁଥିଲେ। ଏହି ସମୟରେ ଏକ ଚାରି ଚକିଆ ଗାଡ଼ି ଆସି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ପଠାଇଛି। ଏଥିସହ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe