ନଗଡ଼ାରେ ଭାର ବୋହିଲେ ଡାକ୍ତର

ନଗଡ଼ାରେ ଭାର ବୋହିଲେ ଡାକ୍ତର

କାଳିଆପାଣି: ଭୁବନେଶ୍ବରର ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ମିସନ ନଗଡ଼ା’ ଓ ନ୍ୟାସନାଲ୍‌ ୟୁଥ୍‌ ଆସୋସିଏସନ ଟ୍ରଷ୍ଟ ସହଭାଗିତାରେ ଏମ୍‌ସର ଡାକ୍ତର ଦୀପ୍ତିରଞ୍ଜନ କରଙ୍କ ନେତୃତ୍ବରେ ୨୦ ଜଣିଆ ପ୍ରତିନିଧି ଦଳ ଗତକାଲି ନଗଡ଼ା ପଡ଼ୋଶୀ ତଳଡିହ ବସ୍ତିରେ ପହଞ୍ଚି ସମସ୍ତ ୧୧ଟି ଜୁଆଙ୍ଗ ପରିବାରକୁ ସହାୟତା ପ୍ରଦାନ କରିଥିଲେ। ପ‌୍ରତି ପରିବାରକୁ ସପ୍ତାହକ ପାଇଁ ଅଟା, ଚୁଡ଼ା, ଗୁଡ଼, ‌‌ଡାଲି, ଲୁଣ, ଖାଇବା ତେଲ, ଆଳୁ, ପିଆଜ ଆଦି ରାସନ ସାମଗ୍ରୀ ପୁଡ଼ିଆ ଏବଂ ମଶାରୀ, ଶାଢ଼ି, ଲୁଙ୍ଗି ଓ ଶିଶୁମାନଙ୍କ ଲାଗି ନୂଆ ପୋଷାକ ବଣ୍ଟନ କରିଥିଲେ।

ଡ. କର, ଗଗନ ପାଇଟାଲ, ସୁପ୍ରିୟା ରାୟ, ସସ୍ମିତା ମଣ୍ଡଳ, ଚନ୍ଦନ ସ୍ବାଇଁ, ବିପ୍ରରଞ୍ଜନ ନାୟକ, ତୁଷାର ଜେନା, ରାଜୀବ ଲୋଚନ ମହାପାତ୍ର, ନିଗମାନନ୍ଦ ‌ଜେନା, ସତ୍ୟଜିତ ଦାଶ ଓ ସାଥୀମାନେ ନାଲିଆଡାବରୁ ଜଙ୍ଗଲ ମଧ୍ୟରେ ୩ କିଲୋମିଟର ଚାଲିବା ସହ କାନ୍ଧରେ ଜିନିଷପତ୍ର ବୋହି ନେଇଥିଲେ। ବସ୍ତିବାସିନ୍ଦାଙ୍କୁ ପରିବେଶ ଓ ସ୍ବାସ୍ଥ୍ୟରକ୍ଷା ଦିଗରେ ସଚେତନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe