ଜିନ୍ଦଲରେ ଟ୍ରେଲର ଡ୍ରାଇଭରଙ୍କ ଆକସ୍ମିକ ମୃତ୍ୟୁ 

ଜିନ୍ଦଲରେ ଟ୍ରେଲର ଡ୍ରାଇଭରଙ୍କ ଆକସ୍ମିକ ମୃତ୍ୟୁ 

bbc

ଦାନଗଦୀ: ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଜିନ୍ଦଲ କାରଖାନା ପରିସରରେ ଜଣେ ଡ୍ରାଇଭରଙ୍କ ଆକସ୍ମିକ ମୃତ୍ୟୁ ​ହୋଇଛି। ମୃତ ଡ୍ରାଇଭରଙ୍କ ନାମ ଫାରୁକଉଦ୍ଦିନ (୪୩) ଓ ତାଙ୍କ ଘର ରାଜସ୍ଥାନରେ ବୋଲି ଜଣାପଡ଼ିଛି। ଜିନ୍ଦଲ କାରଖାନା ଭିତରେ ଗତକାଲି ବିଳମ୍ବିତ ରାତିରେ ଏକ ୨୨ ଚକିଆ ଟ୍ରେଲର (ଓଡି ୦୧ ଏକ୍ସ ୬୬୨୯) ମାଲ୍‌ ଖାଲି କରିବା ପାଇଁ କାରଖାନା ପରିସରରେ ଛିଡ଼ାହୋଇଥିଲା। ଏହି ସମୟରେ ଡ୍ରାଇଭର ଫାରୁକ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ।

ସଙ୍ଗେସଙ୍ଗେ ତାଙ୍କୁ କାରଖାନା ଭିତରେ ଥିବା ଚିକିତ୍ସାଳୟକୁ ନିଆଯାଇଥିଲା। ପରେ ଦାନଗଦୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବ ବ୍ୟବଚ୍ଛେଦ କରାଇ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe