ପାହାଡ଼ ତଳକୁ ଖସିଲା ପୋକଲିନ, ଚାଳକ ଗୁରୁତର

ପାହାଡ଼ ତଳକୁ ଖସିଲା ପୋକଲିନ, ଚାଳକ ଗୁରୁତର

ଯାଜପୁର/ଚଢ଼େଇଧରା: ଧର୍ମଶାଳା ତହସିଲ ଅଧୀନ ରାହାଡ଼ପୁର କଳାପଥର ପାହାଡ଼ ଉପରେ ପଥର ଖୋଳୁଥିବା ଏକ ପୋକ୍‌ଲେନ୍‌ ମେସିନ୍ ଖସିପଡ଼ିବାରୁ ଡ୍ରାଇଭର ଗୁରୁତର ଆହତ ହୋଇଛି। କଳାପଥର ଖନନ ପୂର୍ବରୁ  ମାଟି ସଫା  କରୁଥିବା ବେଳେ ମେସିନ୍‌ଟି ଖସି ପଡ଼ିଥିଲା। ଦୁର୍ଘଟଣା‌ରେ ଗୁରୁତର ଆହତ ଡ୍ରାଇଭର ପରିଚୟ ମିଳିପାରିନଥିବା ବେଳେ ଗୁପ୍ତ ଭାବେ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଯାଉଥିବାର କୁହାଯାଉଛି। ଏ ସମ୍ପର୍କରେ ଜେନାପୁର ଥାନା ପୁଲିସ ନିକଟରେ କୌଣସି ସୂଚନା ନାହିଁ।
ରାହାଡ଼ପୁର ପାହାଡ଼ ବିଏସ୍‌କ୍ୟୁ ୮ନମ୍ବର ସୈରାତର ଲିଜଧାରୀ ସନ୍ଦୀପ ଚଣ୍ଡକଙ୍କ ଖାଦାନରେ କାମ ଚାଲିଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବାର କୁହାଯାଉଥିବା ବେଳେ ସୈରାତର ସୀମା ବାହାରେ ଖନନ ବେଳେ ଦୁର୍ଘଟଣା ଘଟିଛି ବୋଲି ଅଭିଯୋଗ ହେଉଛି। ଯାହାକି ତଦନ୍ତ ସାପେକ୍ଷ। ଶ୍ରୀ ଚଣ୍ଡକ ୨୦୨୩ ମାର୍ଚ୍ଚରୁ ୨୦୨୪ମାର୍ଚ୍ଚ ପର୍ଯ୍ୟନ୍ତ ୮୭,୨୨୦ ଘନମିଟର କଳାପଥର ଖନନ ପାଇଁ ଅନୁମତି ହାସଲ କରିଛନ୍ତି। ଦୁର୍ଘଟଣାଗ୍ରସ୍ତ ହୋଇଥିବା ପୋକ୍‌ଲେନ୍‌ ମେସିନ୍‌ଟି ରମ୍ପେଇ ଗ୍ରାମର ଗଙ୍ଗାଧର ନାୟକଙ୍କ ପୁଅ ଦେବବ୍ରତ ନାୟକଙ୍କ ନାମରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe