ଅଗ୍ନିକାଣ୍ଡରେ ଜଳିଗଲେ ୮ ଗୋରୁ

Advertisment
ବିଦ୍ୟୁତ ସର୍ଟ ସର୍କିଟରୁ ଜଳିଗଲା ୨ ବଖରା ଘର, ବାପପୁଅ ଗୁରୁତର

Representational image ThingLink

ଯାଜପୁର/ହରିପୁର: ଯାଜପୁର ସଦର ଥାନା ଅନ୍ତର୍ଗତ ଉପରବରୁହାଁ ପଞ୍ଚାୟତ ସାନ କୁଝାଲା ଗ୍ରାମରେ ଏକ ଗୁହାଳରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟିବାରୁ ୮ ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ସୂଚନା ଅନୁସାରେ ଗ୍ରାମର ଶଙ୍କର୍ଷଣ ବେହେରାଙ୍କ ଘରେ  ଗତକାଲି ରାତିରେ ମଶା ପାଇଁ ଧୂଆଁ ଦିଆ ହୋଇଥିଲା। ସେଥିରୁ ନିଆଁ ଲାଗି ଗୁହାଳ ସହ ଗାଇ ଓ ବାଛୁରୀ ପୋଡ଼ି ହୋଇ ମରି ଯାଇଛନ୍ତି।
ନିଆଁ ଲାଗି ୮ ଗୋରୁଙ୍କର ମୃତ୍ୟୁ ହୋଇଥିବା ଵେଳେ ୩ ଟି ଗୋରୁ ଆହତ  ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe