ଯାଜପୁରରେ ପୂର୍ବ ଓଡ଼ିଶା ନିର୍ବାଚନ ପରିଚାଳନା ସମୀକ୍ଷା

ଯାଜପୁରରେ ପୂର୍ବ ଓଡ଼ିଶା ନିର୍ବାଚନ ପରିଚାଳନା ସମୀକ୍ଷା

ଯାଜପୁର: ଯାଜପୁରରେ ପୂର୍ବ ଓଡ଼ିଶା ନିର୍ବାଚନ ପରିଚାଳନା ବୈଠକ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଛି। ଯାଜପୁର ଜିଲ୍ଲା ଗ୍ରାମ୍ୟ ଉନୟନ ସଂସ୍ଥା ସମିଳନୀ କକ୍ଷରେ ୪ଟି ଜିଲ୍ଲା ମୟୁରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ୱରର ଜିଲ୍ଲାପାଳ ଓ ନିର୍ବାଚନ ଅଧିକାରୀଙ୍କ ସହ ବୈଠକ କରାଯାଇଛି। ନିର୍ବାଚନ ପରିଚାଳନା ସମ୍ପର୍କରେ ୪ଟି ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ନିର୍ବାଚନ ଅଧିକାରୀଙ୍କ ସହ ନିର୍ବାଚନ ପରିଚାଳନା ଗତ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି।

ଏହି ବୈଠକରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ରଂଜନ ଦାସ, ଅତିରିକ୍ତ ଡିଜି (ଆଇନ ଶୃଙ୍ଖଳା)ଙ୍କ ସହ ୪ ଜିଲ୍ଲାର ଜିଲ୍ଲାପାଳ, ଏସପି ଓ ଅନ୍ୟ ନିର୍ବାଚନ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe