ବାଟବଣା ହାତୀ: ଆଶ୍ରୟ ଖୋଜି ବୁଲୁଛି ଦନ୍ତା

Advertisment
ବାଟବଣା ହାତୀ: ଆଶ୍ରୟ ଖୋଜି ବୁଲୁଛି ଦନ୍ତା

କାଳିଆପାଣି: ଢେଙ୍କାନାଳ ଜିଲ୍ଲା କପିଳାସ ଅଭୟାରଣ୍ୟରୁ ବାଟ ଭୁଲି ପଳାଇ ଆସିଥିବା ଏକ ପୂର୍ଣ୍ଣବୟସ୍କ ଦନ୍ତାହାତୀ ସପ୍ତାହେ ଧରି ଆଶ୍ରୟ ଖୋଜି ବୁଲୁଛି। ଗତ ୮ ତାରିଖ ରାତିରେ ଏହି ହାତୀଟି କଟକ ବନଖଣ୍ଡର ସୁକିନ୍ଦାରେ ଦେଖା ଯାଇଥିଲା। ୨ ଦିନ ଧରି ଏହି ହାତୀ ମହାଗିରି ସୁରକ୍ଷିତ ଜଙ୍ଗଲରେ ରହିବା ପରେ ୧୦ ତାରିଖ ରାତିରେ ପାହାଡ଼ ତଳକୁ ଖସି ଟମକା ସୁରକ୍ଷିତ ଜଙ୍ଗଲରେ ପଶିଥିଲା। ପରଦିନ ହାତୀକୁ ରାତି ସାଢ଼େ ୧୦ଟାରେ ଯାଜପୁର-କେନ୍ଦୁଝର ସୀମାନ୍ତ ବ୍ରାହ୍ମଣୀପାଳ ବଜାର ମା’ଟିପ୍ପର ଆସୋସିଏସନ୍‌ ଅଫିସ ପାଖରେ ଦେଖା ଯାଇଥିଲା।

ହାତୀଟି ପଛକୁ ଫେରି ଆଦିବାସୀ ଉପାସନା ପୀଠରେ କିଛି ସମୟ ରହିଥିଲା। ପରେ ବଜାରବାସୀ ସଂଘବଦ୍ଧ ଭାବେ ହାତୀକୁ ଘଉଡ଼ାଇ ଦେଇଥିଲେ। ୩ଦିନ ଧରି ଏହା ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡର ରେବଣା ସଂରକ୍ଷିତ ଜଙ୍ଗଲ‌ରେ ରହିଥିବା ସୂଚନା ମିଳିଛି। ରେବଣା ପଳାସପାଳ ଗାଁ ପାଖ ଜଙ୍ଗଲରେ ହାତୀ ବୁଲୁଥିବା ସ୍ଥାନୀୟ ଅଧିବାସୀ କହନ୍ତି। ୭ ଦିନ ଧରି ଏହି ଗୋଠଛଡ଼ା ଦନ୍ତା ୩ଟି ଜିଲ୍ଲାର ସୀମାନ୍ତ ଇଲାକାର ବିଭିନ୍ନ ଜଙ୍ଗଲରେ ଘୂରି ବୁଲୁଥିବାରୁ ଅଞ୍ଚଳବାସୀ ଭୟଭୀତ ଥିବା ଅଭିଯୋଗ ହୋଇଛି। ସୀମାନ୍ତ ଇଲାକାର ବହୁ କୁଖ୍ୟାତ ଶିକାରୀ ଦନ୍ତାର ଗତିବିଧି ଉପରେ ଲୋଲୁପ ଦୃଷ୍ଟି ରଖିଥିବା ସ୍ଥାନୀୟ ପରିବେଶବିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe