ଚାଷୀଙ୍କୁ ପେନ୍‌ସନ୍‌ ନ ମିଳିଲେ ମାର୍ଚ୍ଚ ୧୮ରେ ଆନ୍ଦୋଳନ: ସୌମ୍ୟରଂଜନ

ଯାଜପୁରରେ ନବ ନିର୍ମାଣ କୃଷକ ସଂଗଠନର ଚାଷୀ ସମାବେଶ

ଚାଷୀଙ୍କୁ ପେନ୍‌ସନ୍‌ ନ ମିଳିଲେ ମାର୍ଚ୍ଚ ୧୮ରେ ଆନ୍ଦୋଳନ: ସୌମ୍ୟରଂଜନ

ଯାଜପୁର: ସରକାରଙ୍କ ପକ୍ଷରୁ ସର୍ବନିମ୍ନ ସମର୍ଥନ ମିଳୁ ନ ଥିବା କାରଣରୁ ଚାଷୀଙ୍କ ଅବସ୍ଥା ଦିନକୁ ଦିନ ଦୟନୀୟ ହେଉଛି। ଆଗାମୀ ସାଧାରଣ ବଜେଟରେ କେନ୍ଦ୍ର ସରକାର ଧାନର ଉଚିତ୍‌ ସର୍ବନିମ୍ନ କ୍ରୟ ମୂଲ୍ୟ ନିର୍ଦ୍ଧାରଣ ନକଲେ ଏବଂ ରାଜ୍ୟ ସରକାର ଚାଷୀମାନଙ୍କ ପାଇଁ ପେନ୍‌ସନ୍‌ ଘୋଷଣା ନକଲେ ରାଜ୍ୟ ବ୍ୟାପି ଆନ୍ଦୋଳନ ହେବ ବୋଲି ନବ ନିର୍ମାଣ କୃଷକ ସଂଗଠନର ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି। ଯାଜପୁର ଜିଲ୍ଲାର କିଆନାଳି ଛକଠାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଶୁକ୍ରବାର ଆୟୋଜିତ ସମାବେଶରେ ଚାଷୀମାନଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାର ଚାଷୀମାନଙ୍କ ପାଇଁ ଉଚିତ୍‌ ପେନ୍‌ସନ୍‌ ବ୍ୟବସ୍ଥା ନକଲେ ଆସନ୍ତା ମାର୍ଚ୍ଚ ୧୮ରେ ଭୁବନେଶ୍ୱରରେ ଆନ୍ଦୋଳନ କରାଯିବ।

ଶ୍ରୀ ପଟ୍ଟନାୟକ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଇଛନ୍ତି। ସେହିଭଳି ରାଜ୍ୟରେ ନବୀନ ସରକାର ମଧ୍ୟ ଚାଷୀଙ୍କୁ ଦେଖୁ ନାହାଁନ୍ତି।

publive-image

ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବିରେ ଯାଯପୁର ସହରର ଏନ୍‌ ସି କଲେଜରୁ ଏକ ବିଶାଳ ର‍୍ୟାଲି ମେଡିକାଲ ଛକ, ଗାନ୍ଧୀ ଛକ ଦେଇ କିଆନାଳି ଛକରେ ଅନୁଷ୍ଠିତ ସମାବେଶ ପାଇଁ ପ୍ରସ୍ତୁତ ସଭାସ୍ଥଳୀରେ ଆସି ପହଞ୍ଚି ଥିଲା। ଏହି ର‍୍ୟାଲିରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳା ଚାଷୀ ଭାଗ ନେଇଥିଲେ।

ସମାବେଶରେ ବରିଷ୍ଠ ସାମ୍ବାଦିକ ରବି ଦାସ, ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ରାଜ୍ୟ ସହ-ସଂଯୋଜକ ଉମାକାନ୍ତ ରାଉତ, ଜିଲ୍ଲା ସଂଯୋଜକ ନିମାଇଁ ରାୟ, ଜିଲ୍ଲାର ୧୦ଟି ବ୍ଲକର କୃଷକ ସଂଗଠନର ସଭାପତି, ସମ୍ପାଦକ ଓ ସଦସ୍ୟମାନେ ଭାଗ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe