ସାପ କାମୁଡ଼ାରେ ଚାଷୀ ମୃତ

ସାପ କାମୁଡ଼ାରେ ଚାଷୀ ମୃତ

scbmch.nic.in

ଯାଜପୁରଟାଉନ୍: ଯାଜପୁର ବ୍ଲକ୍‌ ଅନ୍ତର୍ଗତ ବରୁଆଁ ପଞ୍ଚାୟତ କଚେରି ଗ୍ରାମର ଭାସ୍କର ମହାନ୍ତି (୬୦)ଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ଗତକାଲି ଅପରାହ୍ଣରେ ଭାସ୍କର ତାଙ୍କ ଜମିରେ ଚାଷକାର୍ଯ୍ୟ ତଦାରଖ କରିବାକୁ ଯାଇଥିବା ବେଳେ ଗୋଟିଏ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ସଙ୍ଗେସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।

ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ କଟକ ଠାରେ ଶବ ବ୍ୟବଚ୍ଛେଦ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe