ବରୀ ତହସିଲ ଷ୍ଟୋର ରୁମ୍‌ରେ ନିଆଁ: ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ନଷ୍ଟ

ବରୀ ତହସିଲ ଷ୍ଟୋର ରୁମ୍‌ରେ ନିଆଁ: ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ନଷ୍ଟ

ବରୀ: ଯାଜପୁର ଜିଲ୍ଲାର ବରୀ ତହସିଲ କାର୍ଯ୍ୟାଳୟର ଷ୍ଟୋର ରୁମ୍ ଭିତରେ ଅଗ୍ନିକାଣ୍ଡ ଘଟି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, କମ୍ପ୍ୟୁଟର, ଜେରକ୍ସ ମେସିନ ଆଦି ପୋଡ଼ିଯାଇଛି। ବିପନ୍ନ ଲୋକମାନଙ୍କ ପାଇଁ ଥିବା କିଟ୍ ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି। ଆଜି ସକାଳ ୫ଟା ବେଳେ ରାତ୍ର ଜଗୁଆଳି ପର୍ଶୁ ମଲ୍ଲିକ ଷ୍ଟୋର ରୁମ୍ ଭିତରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ।

ସେ ତୁରନ୍ତ ଅଗ୍ନିଶମ ବାହିନୀଙ୍କୁ ଖବର ମଧ୍ୟ ଦେଇଥିଲେ। ବରୀ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ସେତେ‌ବେଳକୁ ରୁମ୍ ଭିତରେ ଥିବା କାଗଜପତ୍ର, କମ୍ପ୍ୟୁଟର ଓ ଜେରକ୍ସ ମେସିନ ପୋଡ଼ିଯାଇଥିଲା। ବିଦ୍ୟୁତ ସଟ୍‌ସର୍କିଟ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ଷ୍ଟେସନ ଅଫିସର ଅଶୋକ କୁମାର ସ୍ବାଇଁ କହିଛନ୍ତି। ପ୍ରକୃତରେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତଦନ୍ତ ହେଲେ ତାହା ସାମ୍‌ନାକୁ ଆସିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe