ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଆସବାବପତ୍ର ଏବଂ ନଗଦ ୪୦ ହଜାର ଟଙ୍କା

ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଆସବାବପତ୍ର ଏବଂ ନଗଦ ୪୦ ହଜାର ଟଙ୍କା

ଦଶରଥପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଡାହାଣହତା ପଞ୍ଚାୟତ ତେନ୍ତୁଳିଡିହ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି।  ଏଠାରେ ତିନି ବଖରା ଘର ଜଳିପୋଡ଼ି ଛାରଖାର ହୋଇଯାଇଛି। ଏଥିସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଏବଂ ନଗଦ ୪୦ ହଜାର ଟଙ୍କା ଜଳିଯାଇଛି।

publive-image

ସୂଚନା ଅନୁଯ‌ାୟୀ, ତେନ୍ତୁଳିଡିହ ଗ୍ରାମର ଶାନ୍ତିଲତା ମଲ୍ଲିକ ଗୋଷ୍ଠୀରୁ ଋଣ ଆଣି ୪୦ ହଜାର ଟଙ୍କା ଘରେ ରଖିଥିବା ବେଳେ ଘରେ ଦୁଇଜଣ ଶିଶୁ ଶୋଇଥିବା ଅବସ୍ଥାରେ ଘରେ ପ୍ରାୟ ରାତି ଗୋଟାଏ ବେଳେ ଅଗ୍ନିକାଣ୍ଡ ଘଟିଥିଲା। ଶାନ୍ତିଲତା ଶୋଇଥିବା ପିଲାମାନଙ୍କୁ ଘରୁ ବାହାରକରି ଆଣିଥିବା ବେଳେ ଟଙ୍କା ଏବଂ ଆସବାବପତ୍ରକୁ ଆଣିପାରି ନଥିଲେ। ସେସବୁ ମଧ୍ୟ ଜଳିଯାଇଥିଲା। ଘଟଣାସ୍ଥଳରେ ଦଶରଥପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣା ପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe