ଅଗ୍ନିକାଣ୍ଡରେ ଜଳିଗଲା ଯାଜପୁର ପୌରପାଳିକା ଗୋଦାମଘର, ବହୁ ସାମଗ୍ରୀ ପୋଡ଼ି ପାଉଁଶ

Kalinga Tv

ଯାଜପୁର: ଯାଜପୁର ଟାଉନରେ ଥିବା ଯାଜପୁର ପୌରପାଳିକାର ଗୋଦାମ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ଏହାଫଳରେ  ମଶା ତେଲ ସହ ବସ୍ତାବସ୍ତା ବିଂଚିଙ୍ଗ ପାଉଡର ଜଳିଯାଇଛି।
ଯାଜପୁର ଟାଉନ୍ ମଧ୍ୟରେ ଥିବା ଯାଜପୁର ପୌରପାଳିକାର ଗୋଦାମ ଘରେ କୌଣସି କାରଣବଶତଃ ନିଆଁ ଲାଗିଯିବ ଫଳରେ ପୌରପାଳିକା ପକ୍ଷରୁ ଗଚ୍ଛିତ ଥିବା ମଶା ଧୂଆଁ ଏବଂ ବ୍ଳିଚିଂ ପାଉଡର ସହ ସଫେଇରେ ବ୍ୟବହୃତ ଅନେକ ସାମଗ୍ରୀ ଜଳିଯାଇଯିବା ଜଣାପଡ଼ିଛି । ପରିତ୍ୟକ୍ତ ଅବସ୍ଥାରେ ଥିବା ଯାଜପୁର ଲାଲବାଗ ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟରେ ଏହି ଗୋଦାମ କରାଯାଇଥିଲା। ଏଥିରେ ନିଆଁରେ ଆହୁରି ଅନେକ ସାମଗ୍ରୀ ବି ଜଳିଯାଇଛି। ଖବର ପାଇ ତେବେ ୪ଟି ଦମକଳ ଆସି ନିଆଁକୁ ଆୟତ୍ତ କରିଛି। ଏନେଇ ଯାଜପୁର ପୌରପାଳିକାର ଉପାଧ୍ୟକ୍ଷ ସନ୍ତୋଷ ମଲିକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe