ଅଗ୍ନିକାଣ୍ଡରେ ଆଦିବାସୀ ପରିବାର ସର୍ବସ୍ୱାନ୍ତ

Advertisment
ଅଗ୍ନିକାଣ୍ଡରେ ଆଦିବାସୀ ପରିବାର ସର୍ବସ୍ୱାନ୍ତ

କାଳିଆପାଣି: ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲ ଦୁଧୁଯୋରୀ ପଞ୍ଚାୟତ ପୁବଳ ଗ୍ରାମର ଶ୍ରମିକ ଦିପୁ ବାଗେଙ୍କ ୪ ବଖରା ଛଣଛପର ଘର ସମ୍ପୂର୍ଣ୍ଣ ଜଳିପୋଡ଼ି ଛାରଖାର ହୋଇଯାଇଛି। ପତ୍ନୀ, ୩ ଶିଶୁ ସନ୍ତାନ, ଦିବ୍ୟାଙ୍ଗ ମାଆ ଓ ବାପା ବ୍ରଜ ବାଗେଙ୍କୁ ନେଇ ତାଙ୍କର ୭ ଜଣିଆ ପରିବାର। ଘର ଚଳାଇବା ପାଇଁ ଦିପୁ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି। ଆଜି ଦିବ୍ୟାଙ୍ଗ ମାଆ ଘର ଭିତରେ ଏକାକୀ ଥିବାବେଳେ ଅନ୍ୟମାନେ ଘରଠାରୁ କିଛି ଦୂରକୁ ଯାଇଥିଲେ। ମଧ୍ୟାହ୍ନରେ ହଠାତ ନିଆଁ ଲାଗିଯାଇଥିଲା।

ଘର ଚାଳ ଜଳୁଥିବା ଦେଖି ସମସ୍ତେ ଦୌଡ଼ିଥିଲେ। ନିଆଁ ଆୟତ୍ତ କରିପାରି ନଥିଲେ। ନିମିଷକ ମଧ୍ୟରେ ଘର ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଆସବାବପତ୍ର, ଲୁଗାପଟା ଓ ଖାଦ୍ୟଶସ୍ୟ ସବୁ ପୋଡ଼ିଯାଇଛି। ପ୍ରୀତିରଞ୍ଜନ ଘଡ଼ାଇ ଅଗ୍ନି ବିପନ୍ନ ପରିବାର ପାଖରେ ପହଞ୍ଚି ସହାୟତା କରିଛନ୍ତି। କ୍ଷୟକ୍ଷତି ଆକଳନ କରି ତୁରନ୍ତ ସହାୟତା ରାଶି ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇଦେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe