ଡାକ୍ତରଖାନାରେ ଅଗ୍ନିକାଣ୍ଡ: ବର୍ତ୍ତିଲେ ୪୦ରୁ ଅଧିକ ରୋଗୀ

ଡାକ୍ତରଖାନାରେ ଅଗ୍ନିକାଣ୍ଡ: ବର୍ତ୍ତିଲେ ୪୦ରୁ ଅଧିକ ରୋଗୀ

କାଳିଆପାଣି: ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗତକାଲି ଅପରାହ୍‌ଣରେ ରୋଗୀ ଭିଡ଼ ଥିବା ସମୟରେ ମେନ୍ ସୁଇଚ୍ ପାଖ କଣ୍ଟ୍ରୋଲ ପ୍ୟାନେଲ୍‌ରେ ସଟ୍‌ ସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିଲା। ବରିଷ୍ଠ ଚିକିତ୍ସାଧିକାରୀ ଡାକ୍ତର ପ୍ରକାଶ ପଣ୍ଡାଙ୍କ ପାଖରେ ‌ରୋଗୀମାନଙ୍କର ଲମ୍ବା ଧାଡ଼ି ଲାଗିଥିବାବେଳେ ହଠାତ ନିଆଁ ଲାଗିଥିଲା। ଡାକ୍ତର, ସହାୟକ, ବିଭାଗୀୟ କର୍ମଚାରୀ ଓ ରୋଗୀ ଭୟରେ ଏଣେତେଣେ ଦୌଡ଼ିଥିଲେ।

ସୁରକ୍ଷାକର୍ମୀ ନେତ୍ରାନନ୍ଦ ବେ‌ହେରା ସାହସକରି ଅଗ୍ନିକାଣ୍ଡ ସ୍ଥଳକୁ ଯାଇ ମେନ୍‌ସୁଇଚ୍ ବନ୍ଦ୍ କରିବା‌ରେ ନିଆଁ ଆୟତ୍ତ ହୋଇପାରିଥିଲା। ଏ ସଂପର୍କରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ଜୟଦେବ ନନ୍ଦଙ୍କୁ ପଚାରିବାରେ ଏହାର କାରଣ ଅନୁଧ୍ୟାନ କରି ସ୍ଥାୟୀ ପଦକ୍ଷେପ ନିଆଯିବ ବୋଲି କହନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe